
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ଅଭ୍ୟାସଗତ ଭାବେ ମିଛ ରାଜନୀତି କରି ସ୍ୱାର୍ଥ ହାସଲ ପାଇଁ ମନଗଢ଼ା ବିବୃତି ଦେଉଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । ମହାପ୍ରଭୁଙ୍କ ୩ ରଥ ଶରଧାବାଲିରେ ଲାଗିସାରିଛି । ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନ କରୁଛନ୍ତି । ଚଳିତବର୍ଷ ଅତ୍ୟନ୍ତ ଶୃଙ୍ଖଳାର ସହ ଅଘଟଣ ଶୂନ୍ୟ ରଥଯାତ୍ରା ସମାପନ ହୋଇଛି । ଅଭୁତପୂର୍ବ ଜନସମାଗମ ସତ୍ୱେ ଯେଉଁ ଭଳି ଭକ୍ତମାନେ ମହାପ୍ରଭୁଙ୍କୁ ମନଭରି ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଏହା କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ଶ୍ରୀ ଅନୀଲ ବିଶ୍ୱାଳ କହିଛନ୍ତି।