
ଭୁବନେଶ୍ୱର: ଖଣ୍ଡପଡ଼ା ଗଡ଼ ର ରାଜା ତଥା ଓଡ଼ିଶାର ପୂର୍ବତନ ଉପ ବାଚସ୍ପତି ଓ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ବିୟୋଗ ଘଟିଛି। ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ପରଲୋକ । ହୃଦ୍ ଜନିତ ସମସ୍ୟା ରେ କିଛି ଦିନ ହେବ ଅସୁସ୍ଥ ଥିଲେ ମର୍ଦ୍ଦରାଜ। 1980, 1985 ଓ 1995 ରେ ତିନି ଥର ସେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ ହ୍ୟାଣ୍ଡଲ ରେ ପୋଷ୍ଟ କରିଛନ୍ତି, ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଅନ୍ୟ ବରିଷ୍ଠ ନେତା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
