ସୋଆ ପକ୍ଷରୁ ଦୁଇ ଦିନିଆ ଜାତୀୟ କ୍ରୀଡ଼ା ଦିବସ ଉଦ୍‌ଯାପିତ

ଭୁବନେଶ୍ୱର. ୩୦ଅଗଷ୍ଟ: କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିôବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶନିବାର ଉଦ୍‌ଯାପିତ ହୋଇଯାଇଛି ।
୨୦୧୨ ମସିହାରୁ ସାରା ଦେଶରେ ଅଗଷ୍ଟ ୨୯ ତାରିଖ ଦିନ ମେଜର ଧ୍ୟାନ୍‌ଚାନ୍ଦଙ୍କ ଜନ୍ମ ଦିନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଆସୁଛି ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇ ଦିନ ବ୍ୟାପୀ ଜାତୀୟ କ୍ରୀଡ଼ା ଦିବସ ପାଳନ ପରିପ୍ରେକ୍ଷୀରେ ଶନିବାର ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍‌ପ୍ଲେକ୍ସରେ ଉଭୟ ମହିଳା ଓ ପୁରୁଷ କର୍ମଚାରୀ ଏବଂ ଶିଶୁ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପୁରୁଷମାନଙ୍କ ନିମନ୍ତେ ବକ୍ସ କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା । ସେହିପରି ସୋଆରେ କାର୍ଯ୍ୟରତ କର୍ମଚାରୀଙ୍କର ଶିଶୁମାନଙ୍କ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ଶିଶୁମାନଙ୍କ ନିମନ୍ତେ ଆୟୋଜିତ ବେଲୁନ୍ ରେସ ପ୍ରତିଯୋଗିତାରେ ପି. ତେଜସ୍ୱିନୀ ପ୍ରଥମ ପୁରସ୍କାର ପାଇଥିବା ବେଳେ ଶ୍ରୁତି ପ୍ରଜ୍ଞା ଜେନା ଦ୍ୱିତୀୟ ଏବଂ ସୁନୟନୀ ନନ୍ଦୀ ତୃତୀୟ ପୁରସ୍କାର ହାସଲ କରିଥିଲେ । ସେହିପରି ପୁଟିଙ୍ଗ ଦ ଅବଜେକ୍ଟ ପ୍ରତିଯୋଗିତାରେ ପି. ତେଜସ୍ୱିନୀ ପ୍ରଥମ, ତେଜାଂସ ମଲ୍ଲିକ ଦ୍ୱିତୀୟ ଏବଂ ପ୍ରଭବ କୁମାର ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିଲେ ।
ମହିଳା ଫ୍ୟାକଲ୍ଟିମାନଙ୍କ ନିମନ୍ତେ ଆୟୋଜିତ ଲେମନ୍ ଆଣ୍ଡ ସ୍ପୁନ୍ ପ୍ରତିଯୋଗିତାରେ ସମ୍ ନର୍ସିଂ କଲେଜର ସୁପ୍ରିୟା ସାହୁ ପ୍ରଥମ, ଜସ୍ମିନ୍ ବେହେରା ଦ୍ୱିତୀୟ ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌) ର ସୋମ୍ୟା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ମହିଳା କର୍ମଚାରୀଙ୍କ ନିମନ୍ତେ ଲେମନ୍ ଆଣ୍ଡ ସ୍ପୁନ୍ ପ୍ରତିଯୋଗିତାରେ ଉର୍ବଶୀ ମଲ୍ଲିକ୍ ପ୍ରଥମ, ସାଗରିକା ପରିଡ଼ା ଦ୍ୱିତୀୟ ଏବଂ ପ୍ରିୟମ୍ବଦା ଦାସ ତୃତୀୟ ସ୍ଥାନ ହାସଲ କରିଥିଲେ ।
ସେହିପରି ଶୁକ୍ରବାର ଆୟୋଜିତ ମିନି ମାରାଥନ୍‌ରେ ଆଇଭିଏସ୍‌ଏଏଚ୍‌୍‌ର ସତ୍ୟ ରଞ୍ଜନ ସାହୁ ପ୍ରଥମ, ଏସ୍‌ପିଏସ୍‌ର ଅୟାନ୍ ବାନର୍ଜୀ ଦ୍ୱିତୀୟ ଏବଂ ଆଇଏଚ୍‌ଏସ୍‌ଇର ଆୟୁଷ୍ମାନ୍ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ପୁରୁଷ ଫ୍ୟାକଲ୍ଟି ମାନଙ୍କ ନିମନ୍ତେ ଆୟୋଜିତ ବକ୍ସ କ୍ରିକଟେ ପ୍ରତିଯୋଗିତାରେ ସମ୍ ଫାର୍ମାସୀ ବିଜେତା ହୋଇଥିବା ବେଳେ ଆଇଟିଇଆର ରନର୍ସଅପ୍ ହୋଇଥିଲା ।
ଏହି ଅବସରରେ ଇନଷ୍ଟିଚ୍ୟୁସନ୍ ଅଫ୍ ବିଜିସେନ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ କ୍ରୀଡ଼ା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହିତକର ବୋଲି କହିଥିଲେ ।
ଏହି ଅବସରରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା, ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଦିବସର କୋଅର୍ଡିନେଟର ଆସିଷ୍ଟାଂଟ ପ୍ରଫେସର ଆକାଶ ତ୍ରିଖା, ଜୁନିୟର ସ୍ପୋର୍ଟ୍ସ ଅଫିସର ପ୍ରିୟମ୍ ମଲ୍ଲିକ ଏବଂ ବରେଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top