ଅଡ଼ଶପୁର : ଗ୍ରାମାଞ୍ଚଳର ଶିକ୍ଷା ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ସାଜିଛି, ଅଗ୍ରଣୀଙ୍କୁ ପଛରେ ପକାଇ ଶୀର୍ଷରେ ପହଁଚିଛି। ଯେତେବେଳେ ଅର୍ଥାଭାବ ଓ ସୁଯୋଗର ଅଭାବରେ ପ୍ରତିଭାଟିଏ ମଉଳି ଯାଉଥିଲା ସେତେବେଳେ କ୍ୟାରିଅର ଫୋକସ୍ ଓ ଅଚ୍ୟୁତ ପ୍ଲସ ଟୁ ସାଇନ୍ସ କଲେଜ ଏକ ଆଶାର ଆଲୋକ ହୋଇ ଉଭା ହୋଇଥିଲା। କେବଳ ପାଠପଢ଼ା ନୁହେଁ, ସ୍ୱପ୍ନ ଦେଖିବାର କଳା ଏଠାରେ ପିଲାଙ୍କୁ ଶିଖାଯାଏ। ଖାଲି ଛାତ୍ର-ଛାତ୍ରୀ ତିଆରି ନୁହେଁ, ଆତ୍ମବିଶ୍ୱାସୀ ଭବିଷ୍ୟତ ନିର୍ମାଣ ପାଇଁ ଏହି ଅନୁଷ୍ଠାନ ମୂଳଦୁଆ ପକାଇ ଥାଏ। ଆଜି ଏହି ଅନୁଷ୍ଠାନ ସଫଳତାର ସହ ୧୩ ବର୍ଷରେ ପାଦ ଦେଇଛି। ଗତ ବାର ବର୍ଷର ଯାତ୍ରାରେ କଲେଜର ଛାତ୍ର-ଛାତ୍ରୀ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରରେ ଉଜ୍ଜ୍ୱଳ ଫଳ ଆଣିଛନ୍ତି। ନିଟ୍, ଜେଇଇ, ଓଡିଶା ଜେଇଇ, ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକାରେ ସଫଳତା ଏବେ ଅନୁଷ୍ଠାନର ପରିଚୟ ହୋଇଛି। କହିବାକୁ ଗଲେ ବଡ଼ ସଫଳତା ହେଉଛି , ଗ୍ରାମାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାରର ସନ୍ତାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ପ୍ରଦାନ କରିବା। ପ୍ରତିଭାର କୌଣସି ଅଭାବ ନାହିଁ, କେବଳ ସୁଯୋଗର ଅଭାବ ଥାଏ। ଆଜି କଲେଜ ତାର ସ୍ଵନକ୍ଷେତ୍ର ପାଳନ କରିବାକୁ ଯାଉଛି, ଯାହା କେବଳ ସ୍ମୃତିଚାରଣ ପାଇଁ ନୁହେଁ ବରଂ ଏହା ଏକ ପୁନଃ ପ୍ରତିଜ୍ଞା ବୋଲି କୁହାଯାଇପାରେ।
ଏହି ଅବସରରେ କଲେଜର ପ୍ରତିଷ୍ଠାତା ରାକେଶ ସିଂ କହିଛନ୍ତି, ଆଗାମୀ ଦିନରେ ଆମ କଲେଜକୁ କେବଳ ଏକ ସାଇନ୍ସ କଲେଜ ନୁହେଁ, ବରଂ ଏକ ପରିବର୍ତ୍ତନର କେନ୍ଦ୍ର ବନାଇବୁ। ଯେଉଁଠାରେ ବୈଜ୍ଞାନିକ ମନନ, ନୈତିକ ମୂଲ୍ୟବୋଧ, ନେତୃତ୍ୱ ଗୁଣ ଓ ସମାଜ ସେବାର ସେଣ୍ଟର ହେବ। ଶିକ୍ଷକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଆତ୍ମତ୍ୟାଗ ବିନା ଏହି ଯାତ୍ରା ସମ୍ଭବ ହୋଇ ନଥାନ୍ତା। ଆମ ଶିକ୍ଷକ ମାନେ ହେଉଛନ୍ତି, ଜୀବନ ଗଢ଼ିବାର ଜଣେ ଜଣେ ସ୍ଥପତି। ଅଭିଭାବକମାନଙ୍କ ବିଶ୍ୱାସ ଓ ସହଯୋଗ ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆଉ ସର୍ବୋପରି ଛାତ୍ର-ଛାତ୍ରୀ ହେଉଛନ୍ତି ଆମର ସବୁଠାରୁ ଉଜ୍ଜ୍ୱଳ ଭବିଷ୍ୟତ। ସ୍ୱପ୍ନ ଦେଖ, ପରିଶ୍ରମ କର ଏବଂ ଗ୍ରାମାଞ୍ଚଳର ଆଲୋକ ହେବାକୁ ସେ କହିଛନ୍ତି। ଶିକ୍ଷା ହେଉଛି ଆଲୋକ, ଆମେ ସେହି ଆଲୋକର ଦୀପ ହେବୁ। ଗ୍ରାମାଞ୍ଚଳର ପ୍ରତିଟି ଘରକୁ ଜ୍ଞାନର ଆଲୋକ ପହଞ୍ଚାଇବ କ୍ୟାରିଅର ଫୋକସ୍ ଓ ଅଚ୍ୟୁତ।

ଆସନ୍ତା ୯ ତାରିଖରେ ହେବାକୁ ଥିବା କଲେଜର ବାର୍ଷିକ ଉତ୍ସବ ହେବ। ଏଥିରେ ଜାତୀୟ ସ୍ତରର ବିଶିଷ୍ଟ ଶିକ୍ଷାବିତ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବେ। ଏହି ଅବସରରେ ଏକ ନାଟକ ମଧ୍ୟ ଆୟୋଜନ ହୋଇଛି। ସମସ୍ତ ପୂର୍ବ ଛାତ୍ର-ଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ସହଯୋଗୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୁଫଳ କରିବାକୁ ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି।

