କଟକ: ରାଜ୍ୟର ଅନ୍ୟତମ ଅଗ୍ରଣୀ ପ୍ଲସ ଟୁ ସାଇନ୍ସ କଲେଜ କ୍ୟାରିୟର ପ୍ଲସ ଟୁସାଇନ୍ସ କଲେଜ ପୂର୍ବ ବର୍ଷ ଭଳି ପୁଣି ଚଳିତ ବର୍ଷ ଯୁକ୍ତ ଦୁଇ ଫଳରେ ଧମାକା କରିଛି । ଚଳିତ ବର୍ଷ କଲେଜ ଶତ ପ୍ରତିଶତ ରେଜଲ୍ଟ କରିଛି। ମୋଟ ୧୨୨ ପିଲାଙ୍କ ମଧ୍ୟରୁ ୧୨୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୁଇ ଜଣ ସେକେଣ୍ଡ ଡିଭିଜନ ହାସଲ କରିଛନ୍ତି।
କଲେଜରେ ସର୍ବାଧିକ ନମ୍ବର ରଖିଛନ୍ତି ସିଜିତା ମହାନ୍ତି । ମୋଟ ୫୮୨ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ସେ ଦଶମରେ ୫୧୯ ନମ୍ବର ରଖିଥିଲେ। ଯୁକ୍ତ ଦୁଇ ରେଜଲ୍ଟରେ କଣ୍ଟାପଡା, ନିଆଳି, ବିରିଡି, ବାରଙ୍ଗ, ବାଲିପାଟଣା ଓ ବାଲିଅନ୍ତା ଭଳି ୫ଟି ବ୍ଲକରେ ସର୍ବାଧିକ ନମ୍ବର ରଖି ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି। ଅଡଶପୁର କଲେଜରେ ୫୬୨ ନମ୍ବର ସର୍ବାଧିକ ରହିଥିବା ବେଳେ କ୍ୟାରିୟର ଫୋକସ ଏହାଠାରୁ ପାଦେ ଆଗରେ ରହିଛି।

କଲେଜର ୧୬ ଜଣ ପିଲା ୯୦ ପ୍ରତିଶତ ନମ୍ବର ରଖିଛନ୍ତି। ୫୦୦ରୁ ଅଧିକ ନମ୍ବର ରଖିଛନ୍ତି ୩୪ ଜଣ। ଯେଉଁମାନେ ଦଶମରେ ୫୦ରୁ ୭୦ ପ୍ରତିଶତ ନମ୍ବର ରଖିଥିଲେ ସେମାନେ ବେଶ ସଫଳତା ପାଇଛନ୍ତି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ନଗର ଅଞ୍ଚଳର ରୁଦ୍ରନାରାୟଣ ମହାରଣା ଦଶମରେ ୩୬୦ ନମ୍ବର ରଖି ଆଇଟିଆଇ ପଢିବାକୁ ଯାଉଥିବା ବେଳେ ଶେଷରେ ଏହି କଲେଜରେ ଆଡ଼ମିଶନ କରିଥିଲେ। ଏବେ ସେ ୫୫୬ ନମ୍ବର ରଖିଛନ୍ତି। ଦଶମରେ ୬୦ ପ୍ରତିଶତ ରଖିଥିବା ପିଲା ଏବେ ଯୁକ୍ତ ଦୁଇରେ ୯୩ ପ୍ରତିଶତ ନମ୍ବର ରଖିଛନ୍ତି। ଏଥିସହିତ ଚଳିତବର୍ଷ ୧୩ ଜଣ ଜେଇଇ ମେନରେ କୃତକାର୍ଯ୍ୟ ହୋଇଛନ୍ତି। ଅନୁଷ୍ଠାନର ଛାତ୍ର ଆର୍ଯ୍ୟନ ଅଂଶୁମାନ ଷଡଙ୍ଗୀ ଜେଇଇ ମେନରେ ୯୮ ପ୍ରତିଶତ ରଖିବା ସହିତ ଯୁକ୍ତ ଦୁଇରେ ୯୪ ପ୍ରତିଶତ ନମ୍ବର ରଖିଛନ୍ତି। ଯାହା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ପ୍ରତିଷ୍ଠାତା ରାକେଶ ସିଂ।
ଆଗାମୀ ଦିନରେ ଏହି କଲେଜ ତାର ଗୁଣବତ୍ତା ବଜାୟ ରଖିବାକୁ ପ୍ରତିଶ୍ରୁତି ରଖିଛି।

