ପୌର ଓ ମହାନଗର ନିଗମକୁ ସାନି ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ

ଭୁବନେଶ୍ୱର: ପୋୖର ନିର୍ବାଚନ ପାଇଁ ଆଉ ଥରେ ହେବ ସଂରକ୍ଷଣ ପ୍ରକ୍ରିୟା। 107ଟି ପୋୖର ସଂସ୍ଥା ଓ ତିନି ମହାନଗର ନିଗମରେ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛି ନଗର ଉନ୍ନୟନ ବିଭାଗ। 107ଟି ପୋୖର ସଂସ୍ଥାରେ ଆଜି ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବା ପାଇଁ କୁହାଯାଇଛି। 12 ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ କରିପାରିବେ। 28 ତାରିଖରେ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ସେହିପରି ତିନୋଟି ମହାନଗ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ 5 ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବା ପାଇଁ କୁହାଯାଇଛି। 16 ତାରିଖ ଆପତ୍ତି ଅଭିଯୋଗ କରିପାରିବେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ମ୍ୟୁନିସପାଲ ଆଇନ ଓ କର୍ପୋରେସନ ଆଇନରେ ଅଧ୍ୟାଦେଶ ମାଧ୍ୟମରେ ଆଇନ ସଂଶୋଧନ ହେବା ପରେ ଏହି ନିର୍ଦ୍ଦେଶନାମା ଜାରି କରିଛି ନଗର ଉନ୍ନୟନ ବିଭାଗ।

Leave a Comment

Your email address will not be published. Required fields are marked *

Scroll to Top