ଭୁବନେଶ୍ୱର: ଫେବୃୟାରୀ ମାସରେ ଦେଖିବାକୁ ମିଳିବନି ନୂଆ ମୁଖ୍ୟ ଶାସନ ସଚିବ । ନୂଆ ମୁଖ୍ୟ ଶାସନ ସଚିବଙ୍କୁ ଦେଖିବା ପାଇଁ ୬ ମାସ ଅପେକ୍ଷା କରିବାକୁ ପଡିବ। କାରଣ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢାଇଛନ୍ତି। ଆସନ୍ତା ଫେବୃୟାରୀ ମାସ ୨୮ ତାରିଖରେ ଅବସର ନେଇଥାନ୍ତେ ସୁରେଶ ମହାପାତ୍ର। ପଂଚାୟତ ନିର୍ବାଚନ ରାଜ୍ୟ ସରକାର ଏପରି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଥିଲେ ଯାହା ଉପରେ କେନ୍ଦ୍ର ସରକାର ମୋହର ମାରିଛନ୍ତି।