Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବାୟୁରେ ୫ ମିନିଟ ରହୁଛି କରୋନାର ନୂଆ ଭୁତାଣୁ ଓମିକ୍ରନ

ଭୁବନେଶ୍ୱର: ଓମିକ୍ରନ ଭୂତଣୁ ବାୟୁରେ 5 ମିନିଟ ଯାଏ ସକ୍ରିୟ ରହୁଛି । ସଂକ୍ରମଣ କରୁଛି। ୨୦ମିନିଟ ପରେ ଏହା ପ୍ରଭାବ ହୀନ। ବାୟୁରେ 5 ମିନିଟ ରହିବା ପରେ ଏହା ଆଉ ସଂକ୍ରମଣ କରୁନି। ତେଣୁ ଯଦି ଆମେ ମାସ୍କ ପିନ୍ଧିବା ଓମିକ୍ରନରୁ ବର୍ତ୍ତି ପାରିବା । ଓମିକ୍ରନ ହେଲେ ବହୁମାତ୍ରାରେ ତଣ୍ଟି ଦରଜ ହେଉଛି । ନାକ ବୋହିବା, ଛିଙ୍କ ଓ ଜ୍ୱର ହେଉଛି । କିନ୍ତୁ ଏହା 4-5 ଦିନରେ ଭଲ ହୋଇଯାଉଛି । ଷ୍ଟଡି କହୁଛି, ଜଣେ ଓମିକ୍ରନ ଚିହ୍ନଟ ହେବା ଅର୍ଥ ଆଉ 60ରୁ 90 ଜଣ ଓମିକ୍ରନ ଆକ୍ରାନ୍ତ ଅଛନ୍ତି ଯେଉଁମାନେ କି ସ୍ୱଳ୍ପ ଲକ୍ଷଣ ବା ଲକ୍ଷଣ ହୀନ କିନ୍ତୁ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଏହା ଗୁରୁତର ରୋଗ କରୁନି, ସମାଜରେ ହର୍ଡ ଇମ୍ୟୁନିଟି ହୋଇଯିବ । ଏବେ ମୁମ୍ବାଇ ପିକ ରେ ପହଞ୍ଚି ଗଲାଣି । ଆଗାମୀ 10-12 ଦିନରେ ଓଡ଼ିଶା ପିକରେ ପହଞ୍ଚିବ । ସେପର୍ଯ୍ୟନ୍ତ କେସ ଲୋଡ଼ ବଢ଼ିବ । ତାକୁ ନେଇ ଭୟଭୀତ ହେବା ଅନୁଚିତ । ତୃତୀୟ ଲହରରେ ଏଯାଏଁ କୋଭିଡ ପରବର୍ତ୍ତୀ ଜଟିଳତା ଦେଖାଯାଇନି । ଏବେ ସାଧାରଣ ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା କଲେ 50%ଙ୍କ ପାଖରେ ଓମିକ୍ରନ ବାହାରିବ । ଏବେ ଘରେ ଘରେ ଓମିକ୍ରନ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ । ତେଣୁ ସଭିଏ କୋଭିଡ ଅନୁକୂଳ ନିୟମ ମାନନ୍ତୁ କହିଛନ୍ତି ଡାକ୍ତର ନିରୋଜ ମିଶ୍ର।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...