ହୋମ ଆଇସୋଲେସନ ନେଇ ବଦଳିଲା କରୋନା ଗାଇଡ଼ ଲାଇନ, ଦେଖନ୍ତୁ କେତେ ଦିନ ରହିବ

ନୂଆଦିଲ୍ଲୀ: କରୋନା ପଜିଟିଭ୍ ଚିହ୍ନଟ ହେଲେ ସାତ ଦିନ ହୋମ ଆଇସୋଲେସନରେ ରହିବେ ସଂକ୍ରମିତ। ଯଦି କୌଣସି ଲକ୍ଷଣ ଦେଖା ଯାଉ ନାହିଁ ତେବେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ।  କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ହୋମ୍ ଆଇସୋଲେସନ ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣ ନଥିବା ବ୍ୟକ୍ତି ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ହୋମ ଆଇସୋଲେସନରେ ରହି ପାରିବେ। ୬୦ରୁ ଉର୍ଦ୍ଧ୍ଵ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ  ହୋମ୍ ଆଇସୋଲେସନରେ ରହି ପାରିବେ। ଟେଷ୍ଟ  ପଜିଟିଭ୍ ଆସିବାର ୭ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହି ପାରିବେ। ୭ ଦିନ ଲଗାତାର ୩ ଦିନ ଜ୍ଵର ନଆସିଲେ ହୋମଆଇସୋଲେସନ ଅବଧି ସରିବ। ୭ ଦିନ ଭିତରେ ୩ ଦିନ ଜ୍ଵର ନଆସିଲେ ୭ ଦିନ ପରେ ରି-ଟେଷ୍ଟ ଅନାବଶ୍ୟକ। ଲକ୍ଷଣହୀନଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଦୌ ଟେଷ୍ଟ କରିବାର ଦରକାର ନାହିଁ।

https://twitter.com/ANI/status/1481956930738601989?s=20

ସୂଚନାଯୋଗ୍ୟ, କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଦେଶରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏହାର ପ୍ରଭାବ ଦ୍ଵିତୀୟ ଲହର ତୂଳନାରେ କମ୍ ରହିଛି। ଓମିକ୍ରନ ଡେଲ୍‌ଟା ତୂଳନାରେ ସେତେଟା ପ୍ରଭାବଶାଳୀ ନଥିବା ବିଶେଷଜ୍ଞ କହିଛନ୍ତି। ତେଣୁ ସମ୍ଭାବ୍ୟ ତୃତୀୟ ଲହରରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଲେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆସିବାକୁ ପଡୁନାହିଁ। ଅର୍ଥାତ ଘରେ ରହି ଉପଚାର କରି ସଂକ୍ରମିତ ନିଜେ ସୁସ୍ଥ ହୋଇ ପାରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ହୋମ ଆଇସୋଲେସନ ପାଇଁ ଉପରୋକ୍ତ ମାର୍ଗଦର୍ଶିକା ଜାରି କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top