ଢେଙ୍କାନାଳ ୨୪/୧: ସିଲ ହେଲା ଢେଙ୍କାନାଳ ସିଭିଲ କୋର୍ଟ। କୋର୍ଟରୁ ଏକାଧିକ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବା ସହ ସିଲ୍ କରିଚି ପୌର ପ୍ରଶାସନ । ଏହି ସମୟରେ କୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯଦି କେହି ଏହାର ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଢେଙ୍କାନାଳ ସିଭିଲ କୋର୍ଟରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପର୍ଯ୍ୟାୟ କ୍ରମେ କୋର୍ଟର ପ୍ରାୟ ୧୦ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାଫଳରେ ସିଭିଲ କୋର୍ଟ ପରିସରକୁ ଆଜି ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଆଗାମୀ ୨୭ ତାରିଖ ସକାଳ ୭ଟା ଯାଏଁ କୋର୍ଟ ପରିସର ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ରହିବ ।