Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସେନସେକ୍ସରେ ଚଳିତ ବର୍ଷର ସବୁଠୁ ବଡ଼ ଧରଣର ହ୍ରାସ, ମୁଁଣ୍ଡରେ ହାତ ଦେଇ ବସିଲେ ନିବେଶକ

ଭୁବନେଶ୍ୱର୨୪/୧: ଖସିଲା ସେନସେକ୍ସ। ଚିନ୍ତାରେ ନିବେଶକ। । ଆଜି ସେୟାର ବଜାରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି । ଯାହାକି ଚଳିତ ବର୍ଷର ସବୁଠାରୁ ବଡ଼ି ହ୍ରାସ । ଆଜି ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେନ୍‌ସେକ୍ସ ୧୫୪୫.୬୭ ଅଙ୍କ ଖସି ୫୭,୪୯୧.୫୧ରେ ବନ୍ଦ ରହିଛି । ଅନ୍ୟପଟେ ନିଫ୍ଟି ୪୬୮.୦୫ ଅଙ୍କ ଖସି ୧୭,୧୪୯.୧୦ ପଏଣ୍ଟ୍‌ ତଳକୁ ଚାଲିଆସିଛି । ଏଥିସହିତ ଲଗାତାର ୫ ଦିନ ଧରି ସେୟାର ମାର୍କେଟ୍‌ରେ ହ୍ରାସ ପରିଲିକ୍ଷିତ ହୋଇଛି  ।

ନାୟକା, ଜମାଟୋ ଏବଂ ପେଟିଏମ୍‌ ଭଳି କମ୍ପାନୀର ଷ୍ଟକ୍‌ରେ ପ୍ରଭାବ ପଡ଼ିଛି । ଗୁରୁବାର ୨୭୦ ଲକ୍ଷ କୋଟିର ମାର୍କେଟ୍‌ ଆଜି ୨୬୦ ଲକ୍ଷ କୋଟିକୁ ଖସି ଆସିଛି । ଯାହାଫଳରେ ନିବେଶକଙ୍କୁ ୧୦ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି । ଆଜି ଅପରାହ୍ନ ୨.୦୯ ସମୟରେ ବଜାରରେ ବର୍ଷର ସବୁଠାରୁ ବଡ଼ ହ୍ରାସ ହୋଇଥିଲା । ସେନ୍‌ସେକ୍ସ ୧୭୦୭ ପଏଣ୍ଟ୍‌ ଖସି ୫୭,୩୨୩ ଅଙ୍କକୁ ଚାଲିଆସିଥିଲା । ନିଫ୍ଟିରେ ମଧ୍ୟ ୫୬୪ ଅଙ୍କ ହ୍ରାସ ପାଇ ୧୭,୦୫୨କୁ ବଜାର ଖସି ଆସିଥିଲା ।

ତେବେ ୫ଦିନ ମଧ୍ୟରେ ସେନ୍‌ସେକ୍ସରେ ୩୯୦୦ ଅଙ୍କ ହ୍ରାସ ପାଇଲାଣି । ପୂର୍ବ ସପ୍ତାହରେ ସେନ୍‌ସେକ୍ସ ୨୧୮୫ ପଏଣ୍ଟ୍‌ ହ୍ରାସ ପାଇଥିବା ବେଳେ ନିଫ୍ଟି ୬୩୮.୬୦ ଅଙ୍କ ଖସିଥିଲା । ସେନ୍‌ସେକ୍ସରେ ବଡ଼ ହ୍ରାସ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍‌ ଏବଂ ଇନ୍‌ଫୋସିସ୍‌ର ହୋଇଛି । ଏହି କ୍ଷତିରେ କେବଳ ଆର୍‌ଆଇପିଏଲ୍‌ ୧୭୮ ଅଙ୍କ କ୍ଷତି ହୋଇଛି । ଏଥିସହିତ ଇନ୍‌ଫୋସିସ୍‌ର ୧୨୧, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୧୦୪ ଅଙ୍କ ହ୍ରାସ ହୋଇଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...