ନୂଆଦିଲ୍ଲୀ: କମିଲା ଗ୍ୟାସ ସିଲିଣ୍ଡର ଦର। ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ୟାସ ଦର କମାଇଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଦାମ ଶସ୍ତା ହୋଇଛି। ଏଲପିଜି ସିଲିଣ୍ଡରର ଦାମ୍ ପିଛା ୯୧ ଟଙ୍କା ୫୦ ପଇସା କମାଇଛନ୍ତି କେନ୍ଦ୍ର ସରକାର। ନୂଆ ଦର ଆଜି ଠାରୁ ଲାଗୁ ହୋଇଛି। ଏନେଇ ତୈଳ କମ୍ପାନୀମାନେ ସୂଚନା ଦେଇଛନ୍ତି । ନୂଆ ଦର ଲାଗୁ ହେଲା ପରେ ଦିଲ୍ଲୀରେ ୧୯ କେ.ଜିର ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ୧୯୦୭ ଟଙ୍କାକୁ ଖସି ଆସିଛି ।
ସେହିପରି ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ମଧ୍ୟ ହ୍ରାସ ପାଇଛି । ଦାମ୍ ହ୍ରାସ ପରେ ଦିଲ୍ଲୀରେ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୯୯.୫୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ୯୨୬ ଟଙ୍କା ହୋଇଯାଇଛି। ସେହିପରି ମୁମ୍ଵାଇରେ ନୂଆ ଦରଦାମ୍ ଦିଲ୍ଲୀ ସହ ସମାନ ରହିଛି । ଚେନ୍ନାଇରେ ଗ୍ୟାସ୍ ଦର ୯୧୫ ଟଙ୍କା ୫୦ ପଇସା ହୋଇଯାଇଛି। ତେବେ ବିନା ସବସିଡି ରନ୍ଧନ ଗ୍ୟାସ ଦରରେ କୌଣସି ପରବର୍ତ୍ତନ ହୋଇନାହିଁ ।