ଭୁବନେଶ୍ୱର: ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଇଥିବା କେନ୍ଦ୍ର ସରକାର କହୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବଜେଟ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ଟେକ୍ନୋଲୋଜୀ ଓ ଭିତ୍ତିଭୂମି ଉପରେ ଫୋକସ୍ କରି କେନ୍ଦ୍ର ନେଇଥିବା ନିଷ୍ପତ୍ତି ପ୍ରଶଂସନୀୟ । ଶିକ୍ଷା ଏବଂ ସ୍ବାସ୍ଥ୍ୟ ବିକାଶ କ୍ଷେତ୍ରରେ ଏହା ସହାୟକ ହେବ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ କରାଯାଇଛି । କୃଷି ଓ କୃଷକଙ୍କ ବିକାଶ, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନରେ ବ୍ୟୟବରାଦ ହ୍ରାସ ହୋଇଛି । ଏହା ବିକାଶ ଉପରେ ପ୍ରଭାବ ପକାଇବ । ମନରେଗାରେ ବ୍ୟୟ ବରାଦ ହ୍ରାସ ଯୋଗୁଁ ଗରିବ ଲୋକମାନେ ପ୍ରଭାବିତ ହେବେ । ବଜେଟ୍ରେ ଦରଦାମ ପିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି କେନ୍ଦ୍ର ସରକାର । ଏହା ସହିତ ମଧ୍ୟବିତ୍ତ ଲୋକଙ୍କ ପାଇଁ ବଜେଟ୍ରେ କିଛି ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।