ବୃହସ୍ପତି ଉପରେ ପେପେରୋନୀ ଝଡ଼

ନୂଆଦିଲ୍ଲୀ: ବୃହସ୍ପତି ଉପରେ ପେପରୋନୀ ଝଡ଼। ଏହାର ଭିଡ଼ିଓ ସେୟାର କରିଛି ନାସା। ଭିଡିଓରେ ବୃହସ୍ପତିର ଉତ୍ତର ଧୃବରେ ଇନଫ୍ରାରେଡ୍ ଦୃଶ୍ୟ ନଜର ଆସିଛି । ନାସା ସୋଲାର ସିଷ୍ଟମ ମିଶନ ଜୁନୋ ଉପକରଣ ଦ୍ୱାରା ଏହି ଦୃଶ୍ୟକୁ କଏଦ କରାଯାଇଛି । ମହାକାଶ ଗବେଷଣା ସଂସ୍ଥାର କହିବାନୁସାରେ, ବୃହସ୍ପତିର ବାୟୁମଣ୍ଡର ଅଧିକ ବହଳ ଅଟେ । ଅର୍ଥାତ ଏହାର ସାନ୍ଦ୍ରତା ଅଧିକ । ତେଣୁ ଏହାର ଭିତର ବାୟୁମଣ୍ଡର ଗରମ ଓ ଉପର ବାୟୁମଣ୍ଡଳ ଥଣ୍ଡା ରହିଥାଏ ।

ନାସା କହିଛି ଯେ, ଏହି ଭିଡିଓ କ୍ଲିପରେ ଆଲୋକର ସର୍ବାଧିକ ତାପମାତ୍ରା ୨୬୦ କେଲଭିନ୍ ବା ବିଯୁକ୍ତ ୧୩ ଡିଗ୍ରୀ ସେଲସିୟସ ।  ସେହିପରି ଏହାର ସର୍ବନିମ୍ନ ତାପମାତ୍ରା ୧୯୦ କେଲଭିନ୍ । ଭିଡିଓକୁ ଜାତୀୟ ପିଜା ଦିବସ ଅର୍ଥାତ ଫେବୃଆରୀ ୧୦ରେ ସେୟାର କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top