ସୁନ୍ଦରଗଡ଼: ଗିରଫ ହେଲେ ସୁନ୍ଦରଗଡ ଏଡିଏମ ବିଶ୍ବଜିତ ମହାପାତ୍ର । ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବିଶ୍ବଜିତଙ୍କ ସମ୍ପତି ତାଲିକା ପ୍ରକାଶ କରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।
ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ଭିଜିଲାନ୍ସର ଏହି ରେଡ୍ରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଯେପରି କି ଏଡିଏମ୍ ନିଜ ଆୟ ଠାରୁ ଅଧିକ ଟଙ୍କା ରଖିଥିଲେ । କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଏକାସାଙ୍ଗେ ଘର , ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏପରିକି ଏଡିଏମ୍ ନିଜ ପତ୍ନୀଙ୍କ ନାମରେ ସିମେଣ୍ଟ ବ୍ୟବସାୟ କରୁଥିଲେ । ଭିଜିଲାନ୍ସ ଘରେ ଚଢ଼ାଉ କରିବାବେଳେ ନଗଦ ୩ଲକ୍ଷ ଟଙ୍କା ଏବଂ ୪୭୦ ଗ୍ରାମର ସୁନା ଜବତ କରିଥିଲା। ୨କୋଟି ଟଙ୍କାର ବ୍ୟାଙ୍କରେ ଫିକ୍ସ ଡିପୋଜିଟ ରହିଥିବା ବେଳେ ମ୍ୟୁଚାଲ୍ ଫଣ୍ଡରେ ୧୮ ଲକ୍ଷ ଟଙ୍କା ନିବେଶ କରିିଛନ୍ତି।