ଭୁବନେଶ୍ୱର: କଠୋର ହେଲେ ନିର୍ବଚନ କମିଶନର। ବିଜେଡି ବିଧାୟିକା ପ୍ରମିଳା ମଲିକଙ୍କ ପ୍ରଚାର ଉପରେ ଲାଗିଲା ରୋକ। 48 ଘଣ୍ଟା ପର୍ଯ୍ୟନ୍ତ ପ୍ରମିଳା ପ୍ରଚାର କରିପାରିବେ ନାହିଁ। କିମ୍ବା ମିଡ଼ିଆକୁ ଆସିପାରିବେ ନାହିଁ। ସୋସିଆଲ ମିଡିଆରେ ବି କୌଣସି ପୋଷ୍ଟ କରିପାରିବେ ନାହିଁ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ସୂଚନାଯୋଗ୍ୟ କିଛି ଭୋଟରଙ୍କୁ ସିଧାସଳଖ କହିଥିଲେ ଭୋଟ ନଦେଲେ ଭତ୍ତା, ଆବାସ ପାଇଁ ମୋ ପାଖକୁ ଆସିବ ନାହିଁ ବୋଲି କହିଥିଲେ।