Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମମିତା ମେହେର ହତ୍ୟାକାଣ୍ଡ ଚାର୍ଜସିଟ ଦାଖଲ ନେଇ କଂଗ୍ରେସ ଉଠେଇଲା ପ୍ରଶ୍ନ, ଆଣିଲା ନୂଆ ଟ୍ଵିଷ୍ଟ

ଭୁବନେଶ୍ୱର: ପଞ୍ଚାୟତ ନିର୍ବଚନ ଚାଲିଥିବା ବେଳେ ମମିତା ମେହେର ମାମଲାରେ ପୋଲିସ ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟ 2 ଜଣଙ୍କ ବିରୋଧରେ ଦିଆଯାଇଛି ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କିଛି ବି ଉଲ୍ଲେଖ ନାହିଁ । ରାୟପୁର ଯାଇଥିବା ନେଇ ଦିବ୍ୟଶଙ୍କର ମିଶ୍ର ପୂର୍ବରୁ ମନା କରୁଥିଲେ । ହେଲେ ଦିବ୍ୟଶଙ୍କର ମିଶ୍ର ଅକ୍ଟୋବର 15 ତାରିଖରେ ରାୟପୁର ଯିବା ସହ ଚଣ୍ଡୀଗଡ଼ ଯାଇ 18 ତାରିଖରେ ରାୟପୁର ଦେଇ ଓଡିଶା ଫେରିଛନ୍ତି । ତାପରେ 19 ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରିରୁ ଗିରଫ ହୋଇଛି । ଏଠାରେ ପ୍ରଶ୍ନ ଏହା ସଂଯୋଗ ନା ପ୍ରୟୋଗ । କଂଗ୍ରେସ ଦାବି କରୁଛି ଗୋବିନ୍ଦ ସାହୁ, ଦିବ୍ୟ ଶଙ୍କର ମିଶ୍ର ଏବଂ ମମିତା ମେହେରଙ୍କର କଲ ରେକର୍ଡ ଯାଞ୍ଚ କରନ୍ତୁ । ଏହି ଭିଡିଓରୁ ରାୟପୁରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଥିଲେ ବୋଲି ସ୍ପଷ୍ଟ ହେଉଛି ।


ମମିତାର ଦେହ ସିନା ଜଳିଯାଇଛି କିନ୍ତୁ ଆତ୍ମା କାନ୍ଦୁଛି ।
ନିରପେକ୍ଷ ଭାବେ କାମ କରୁ ଓଡିଶା ପୋଲିସ ।
ଓଡିଶା ସରକାର ମନ୍ତ୍ରୀ ଯାଉଛନ୍ତି ବୋଲି ଚଣ୍ଡୀଗଡ଼ ସରକାରଙ୍କୁ ଜଣାଇଛନ୍ତି କି ?
ମନ୍ତ୍ରୀ ଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେଇ ଯାଇଥିଲେ କି ?
ଦିବ୍ୟ ଶଙ୍କର ମିଶ୍ର 11 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ କେଉଁଠି ଥିଲେ ସ୍ପଷ୍ଟ କରନ୍ତୁ ସରକାର  ବୋଲିି ଆଜି ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି କଂଗ୍ରେସ ମୁୁଖପତ୍ର ମନୋଜ  ମହାପାତ୍ର।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...