ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ପାଳିତ : ସ୍ମୃତିଚାରଣ କଲେ ସୋଆ କୁଳପତି, ଉପ କୁଳପତି ଏବଂ ପୂର୍ବତନ କୁଳପତି

ଭୁବନେଶ୍ୱର, ୧୪/୨: ପବିତ୍ର ମାଘମାସ ଶୁକ୍ଳ ଏକାଦଶୀରେ ଭକ୍ତ ଶିରୋମଣି ଦାସିଆଙ୍କ ତିରୋଧାନ ଦିବସ ତାଙ୍କ
ଜନ୍ମ ଓ ସାଧନା ପୀଠ ବାଲିଗାଁ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପିପିଲି ନିକଟବର୍ତି ବାଲିଗାଁ ଠାରେ ଭକ୍ତ
ଦାସିଆ ସ୍ମତି କମିଟିର ବରିଷ୍ଠ ସଦସ୍ୟ ମାନେ ତାଙ୍କ ସମାଧିପୀଠରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପୀଠସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରର
ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢୀ ଓ ସହାୟକ ପୂଜକ ଲକ୍ଷ୍ମୀଧର ଦୀକ୍ଷିତ ପୀଠସ୍ଥ ସମସ୍ତ ଦେବାଦେବୀଙ୍କ ସ୍ୱତନ୍ତ୍ର ନୀତି ପାଳନ
କରିବା ସହ ଭକ୍ତଙ୍କ ସମାଧି ପୀଠରେ ବେଦ, ଗୀତା ଓ ଭାଗବତ ପାଠ କରିଥିଲେ । ଭକ୍ତ ଦାସିଆ ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମ
ସଂକୀର୍ତନ କରାଯାଇଥିଲା ।
ଏହି ଅବସରରେ ମଧ୍ୟାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସ୍ମୃତିଚାରଣ ସଭା ଆୟୋଜିତ
ହୋଇଥିଲା । ଏହି ସ୍ମୃତିଚାରଣ ସଭାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର
ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସୋଆର ଉପ କୁଳପତି ପ୍ରଫେସର ଡଃ. ପ୍ରଦୀପ୍ତ କୁମାର ନନ୍ଦ ଏବଂ ପୂର୍ବତନ କୁଳପତି
ପ୍ରଫେସର ଡଃ ରାଜେନ୍ଦ୍ର କୁମାର ମହାନ୍ତି ମଧ୍ୟ ଯୋଗ ଦେଇ ଭକ୍ତ ଦାସିଆଙ୍କର ସ୍ମୃତିଚାରଣ କରିଥିଲେ ।
ଏହି ଅବସରରେ ଦାସିଆ ପୀଠର ସକ୍ରୀୟ ସଦସ୍ୟ ରହିଥିବା ସ୍ୱର୍ଗତ ପଂଚୁ ସାମଲଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ
ସ୍ମୃତି ସଭାର ପ୍ରାରମ୍ଭରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ସେହିପରି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦେବ ନାରାୟଣ ପାଲ, ରାଜ୍ୟ ଗ୍ରାମ୍ୟ
ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭଗବାନ ସାହୁ, କିଟ୍ ଯୁକ୍ତ ଦୁଇ ବିଜ୍ଞାନ
ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତରଂଜନ ମିଶ୍ର, ବିଶିଷ୍ଟ ସମାଜସେବୀ ଡଃ କ୍ଷୀରୋଦ ଚନ୍ଦ୍ର ବ୍ରହ୍ମା, ଶ୍ରୀ ପ୍ରଶାନ୍ତ କୁମାର ରାଉତରାୟ,
ଡାକ୍ତର ନରେନ୍ଦ୍ର ନାଥ ସାହୁ , ଶ୍ରୀମତି ସୁଶୀଳା ମିଶ୍ର ପ୍ରମୁଖ ଭକ୍ତଙ୍କ ସ୍ଖୃତି ଚାରଣ କରିଥିଲେ । ଅନୁଷ୍ଠାନର ତ୍ରୟୋମାସିକ
ଆଧ୍ୟାତ୍ମିକ ପତ୍ରିକା ଓ ଶ୍ରୀମତି ସୁଶୀଳା ମିଶ୍ରଙ୍କ ଦ୍ୱାରା ରଚିତ ‘ଭାବକୁ ନିକଟ’ ପତ୍ରିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ
ହୋଇଥିଲା ।
“ଭକ୍ତଦାସିଆ ଓ ଶ୍ରୀ ଜଗନ୍ନାଥ’ଙ୍କ ବିଷୟରେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା
କରାଯାଇ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ତିନିଜଣଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରାଦ୍ଧ ଦିବସରେ
ଆୟୋଜିତ ଶ୍ରାଦ୍ଧ କର୍ମରେ ଇଂ ଦେବ ନାରାୟଣ ପାଲ କର୍ତା ଭାବେ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ।
ଉକ୍ତ କାର୍ଯ୍ୟଧାରାକୁ ଅନୁଷ୍ଠାନର ସଂପାଦକ ଅଧ୍ୟାପକ ଡଃ ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ଟ୍ରଷ୍ଟି ଶ୍ରୀ ଅର୍ଜ୍ଜୁନ ଚରଣ ସାମଲ, ବିଶିଷ୍ଟ
ସମାଜ ସେବୀ ଶ୍ରୀ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦକ ଶ୍ରୀ ସରୋଜ କୁମାର ସାହୁ , ଶ୍ରୀ ଚିତରଂଜନ ସେନାପତି, ଶ୍ରୀ ସ୍ୱୟଂ
ପ୍ରକାଶ ପରିଡା, ଶ୍ରୀ ପ୍ରଫୁଲ୍ଲ ବିଶ୍ୱାଳ, ଶ୍ରୀ ଅକ୍ଷର ବେହେରା, ଶ୍ରୀ ଲକ୍ଷ୍ମୀଧର ସାହୁ ତଥା ଗ୍ରାମବାସୀଙ୍କ ସହଯୋଗରେ ପରିଚାଳନା
କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top