ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ଜୋଇଁ ଧରିଥିଲା। କିଏ କଣ କେତେକଥା କହୁଥିଲା। ଶେଷରେ ସେ ସବୁର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ସାଢେ 5ଟାରେ ଯାଇ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ଦର୍ଶନ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନ ଆସିଲେ ବିରୋଧୀ ଏମିତି ଚର୍ଚ୍ଚା କରନ୍ତି। ମୁଁ ସମ୍ପୂର୍ଣ ପରଫେକ୍ଟ ଅଛି। ପଂଚାୟତ ନିର୍ବାଚନ ବିଜେଡି ଭଲ କରିବ। କୋଭିଡ ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଇଛନ୍ତି।