ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ୭୧ ପ୍ରତିଶତ ମତଦାନ ହୋଇଛି । କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଆଇନ୍ଶୃଙ୍ଖଳା ପରିସ୍ଥିତି ପାଇଁ ମତଦାନରେ ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି ସାମ୍ବାଦିକ ସମ୍ମଳନୀ କରି ରାଜ୍ୟନିର୍ବାଚନ କମିଶନ କହିଛନ୍ତି ।
ଏଥିସହିତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନନଙ୍କୁ ଆକ୍ରମଣ ଘଟଣାରେ କମିଶନର୍ ଦୃଢ଼ ନିନ୍ଦା କରିଛନ୍ତି । ଏହି ହିଂସା ସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ନିର୍ବାଚନ କମିଶନର୍ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି।