କିଭ୍: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨ଦିନରେ ପହଞ୍ଚିଛି। ରୁଷର ଘନଘନ ଆକ୍ରମଣରେ ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ଯୁଦ୍ଧରେ ବିରାମ ଲଗାଇବାକୁ ବେଲାରୁଷ ଓ ପୋଲାଣ୍ଡ ସୀମାରେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଆଗରେ ୪ଟି ସର୍ତ୍ତ ଉପସ୍ଥାପନ କରିଛି ରୁଷ। ଯଦି ୟୁକ୍ରେନ ଏହି ସର୍ତ୍ତକୁ ମାନିନେବ, ତା’ହେଲେ ଗୋଟିଏ ସେକେଣ୍ଡରେ ରୁଷ ହମଲା ବନ୍ଦ କରିଦେବ ବୋଲି କହିଛି।
ଦୀର୍ଘ ୧୨ ଦିନ ମଧ୍ୟରେ ପ୍ରଥମଥର ପାଇଁ ରୁଷ ଯୁଦ୍ଧ ବନ୍ଦ କରିବା ପାଇଁ ନିଜ ଆଡ଼ୁ ଏପରି ସର୍ତ୍ତ ଉପସ୍ଥାପନ କରିବା ବେଶ ଗୁରୁତ୍ୱବହନ କରୁଛି। ରୁଷ ପକ୍ଷରୁ କୁହାଯାଇଛି ଯେ ଆମେ ୟୁକ୍ରେନରେ ସାମାରିକ ଦମନ ଲୀଳା ବନ୍ଦ କରିବାକୁ ଚାହୁଁଛୁ। ଆମେ ମଧ୍ୟ ଏହାକୁ ଶେଷ କରିବ। କିନ୍ତୁ ଆମ କାମରେ ୟୁକ୍ରେନ ବାଧା ଉପୁଜାଉଛି। ୟୁକ୍ରେନ ଆମ ବିରୋଧରେ ଅସ୍ତ୍ର ବ୍ୟବହାର କରୁଛି। ସେମାନେ ପ୍ରଥମେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରନ୍ତୁ। ଏହାପରେ କେହି ବି ଗୋଟିଏ ହେଲେ ବି ଗୁଳି ଫୁଟାଇବେ ନାହିଁ।

