Connect with us

Hi, what are you looking for?

TV

ଝଡବାତ୍ୟା ଓ ପ୍ରବଳ ବର୍ଷା ଜଳବାୟୁ ପରିବର୍ତନର କାରଣ: ସିଇସି

ଭୁବନେଶ୍ୱର, ୦୧/୦୮: ଭୁବନେଶ୍ୱର ସହରରେ ଗତି କାଲି ଘଟିଥିବା ଝଡବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର୍ର (ସିଇସି) ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି ।
ଗତକାଲି ଏହି ଝଡବାତ୍ୟା ଅପରାହ୍ନ ୨ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ପର୍ଯ୍ୟନ୍ତ ଚାଲିଥିଲା ଓ ସହରର ଅନେକ ଅଂଚଳକୁ ଜଳାର୍ଣ୍ଣବ କରି ଦେଇଥିଲା ।
ଡକ୍ଟର ସାହୁ କହିଥିଲେ ଯେ ସିଇସିରେ ଉପଲବ୍ଧ ଓବଜର୍ଭେଟରୀରେ ଏହି ସାଢେ ପାଂଚ ଘଂଟା ସମୟ ମଧ୍ୟରେ ୨୫୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା । ଅନ୍ୟ ଅଂଚଳରେ ଏହାଠାରୁ ଅଧିକ ବର୍ଷା ହୋଇଥାଇପାରେ ବୋଲି ସେ କହିଥିଲେ ।
ଯଦିଓ ପୂର୍ବରୁ ଭୁବନେଶ୍ୱର ସହରରେ ଏକାସଙ୍ଗେ ଏହାଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ରହିଛି ଏହା ୨୪ ଘଂଟା ବା ତା’ଠାରୁ ଅଧିକ ସମୟରେ ରେକର୍ଡ କରାଯାଇଥିଲା । ଜୁଲାଇ ୩୦, ୧୯୬୯ରେ ୨୮୨.୩ ମିଲିମିଟର , ଜୁନ୍ ୨୨,୧୯୭୧ରେ ୨୭୭.୮ ମିଲିମିଟର ଓ ଅଗଷ୍ଟ ୨୦, ୧୯୯୭ରେ ୨୫୪.୨ମିଲିମିଟର ବର୍ଷା ହୋଇଥିବା ରେକର୍ଡ ରହିଛି ମାତ୍ର ଏହା ଅଧିକ ସମୟରେ ହୋଇଥିଲା ବୋଲି ସେ କହିଥିଲେ ।
ଅକ୍ଟୋବର ୩୦, ୧୯୯୯ ଦିନ ମହାବାତ୍ୟା ପ୍ରବାହିତ ହେଉଥିବା ସମୟରେ ଭୁବନେଶ୍ୱରରେ ରେକର୍ଡ ୪୨୬.୪ ମିଲି ମିଟର ବର୍ଷା ହୋଇଥିଲା ।
ଡକ୍ଟର ସାହୁ କହିଥିଲେ ଯେ ଆଜି ଉତର – ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ବଙ୍ଗଳାଦେଶ ମଧ୍ୟରେ ପ୍ରବେଶ କରିବ ଓ ପରବର୍ତୀ ସମୟରେ ଏହା ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବାର ସମ୍ଭାବନା ଅଛି ।
ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୋଳ, ଢେଙ୍କାନାଳ ଓ ଦେଓଗଡ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଅଗଷ୍ଟ ୨ ଓ୪ ମଧ୍ୟରେ ଦେଓଗଡ, ଅନୁଗୋଳ , ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର , ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଗୁଡିକରେ ମଧ୍ୟ ଭୀଷଣ ବର୍ଷା ହୋଇପାରେ ।
ଏହି ବର୍ଷା ଆସନ୍ତା ତିନିଦିନ ଧରି ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡ ଏବଂ ମହାନଦୀର ଉଭୟ ଉପର ଓ ତଳ ମୁଣ୍ଡରେ ହେବାର ସମ୍ଭାବନା ରହିଛି ବୋଲି ଡକ୍ଟର ସାହୁ କହିଛନ୍ତି ।
ଏହାଛଡା ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଉପର ମୁଣ୍ଡରେ ବର୍ଷାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ସେ କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...