ପୁରୀରେ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ଆଶୀର୍ବାଦ ନେଲେ ଶିଳ୍ପମନ୍ତ୍ରୀ

ପୁରୀ: ମହାପ୍ରଭୁ ବିଶ୍ୱପ୍ରସିଦ୍ଧ ପବିତ୍ର ‘ରଥଯାତ୍ରା’ ଅବସରରେ ଶ୍ରୀକ୍ଷେତ୍ରରେ ପହଞ୍ଚି ରଥଯାତ୍ରାରେ ସାମିଲ ହୋଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ , ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ,  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ପରିଷଦର ସଦସ୍ୟଗଣ ଏବଂ ବହୁ`ମାନ୍ୟଗଣ୍ୟ ବ୍ୟକ୍ତିତ୍ୱଙ୍କ ସହ ସେ ସାମିଲ ହୋଇଥିଲେ।

ଏଥିସହ ପୁରୀରେ ଜଗତଗୁରୁ ରାମାନନ୍ଦଚାର୍ଯ୍ୟ ଶ୍ରୀ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କରିଥିଲେ। ଜଣେ ଆଧ୍ୟାତ୍ମିକ ଗୁରୁ ଓ ସମାଜ ସଂସ୍କାରକ ଭାବେ ତାଙ୍କର ମାର୍ଗଦର୍ଶନ ଆମ ସମାଜ ପାଇଁ ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top