ଭୁବନେଶ୍ୱର: ଖୁବ ଶୀଘ୍ର ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ବର୍ଷକ ମଧ୍ୟରେ ଦୁଇ ଗୁଣା ହେବ ଇସ୍ପାତ ଉତ୍ପାଦନ କ୍ଷମତା । 2025 ସୁଦ୍ଧା ସରିବ ଅନୁଗୁଳର ସମ୍ପ୍ରସାରଣ କାର୍ଯ୍ୟ । ଅନୁଗୁଳ ଜିନ୍ଦଲ ରୁ ବାର୍ଷିକ 12 ନିୟୁତ ଟନ ଇସ୍ପାତ ଉତ୍ପାଦନ ହେବ ।
ଆଗାମୀ 7 ବର୍ଷାରେ କାରଖାନାର ଉତ୍ପାଦନ କ୍ଷମତା 25 ନିୟୁତ ଟନକୁ ବୃଦ୍ଧି କରିବାର ଲକ୍ଷ ରଖାଯାଇଛି ବୋଲି ଯେସେପିଏଲ ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଙ୍ଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସଙ୍ଘର ସଭାପତି ନବୀନ ଜିନ୍ଦଲ।