ବଡ ଘୋଷଣା: ସବୁପଞ୍ଚାୟତରେ ଆଦର୍ଶ ସ୍କୁଲ

ଭୁବନେଶ୍ୱର: ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ 10 ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଏହାସହ ପୂର୍ବ ସରକାରଙ୍କ ଯୋଜନାକୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରରେ 5T ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍‌ ନଥିଲା । ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ଏଷ୍ଟିମେଟ୍‌ ହୋଇ ନଥିଲା । ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା । ତେଣୁ ନୂଆ ସରକାର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହେବ । ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାକୁ ପହଞ୍ଚାଯିବ । ଏଥିପାଇଁ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କା ବ୍ୟୟ କରିବେ । ଏହାସହ ୨୦୨୮ ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କହିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top