ବାରବାଟୀ ଦିନିକିଆ ପାଇଁ ଟିକଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ପ୍ରଥମ ଟିକେଟ୍‌ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ । ଓସିଏ ସଂପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ଏହି ପ୍ରଥମ ଟିକେଟ୍‌ ପ୍ରଦାନ କରିଛନ୍ତି । କଟକ ବାରବାଟିରେ ହେବାକୁ ଥିବା ଏହି ମ୍ୟାଚ୍‌ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷ ହେବ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ଟିକେଟ୍‌ ପ୍ରଦାନ ସମୟରେ ପୁରୀ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଏବଂ ଶ୍ରୀମନ୍ଦିର ସେବକ ଉପସ୍ଥିତ ରହିଥିଲେ।

Leave a Comment

Your email address will not be published. Required fields are marked *

Scroll to Top