
ନୂଆଦିଲ୍ଲୀ, ୩୧/୦୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ବୟାନ ଦେଇଥିବାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ କଡା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ।ମୋଦି କହିଛନ୍ତି ଯେ କଂଗ୍ରେସ ଦେଶର ୧୦ କୋଟି ଆଦିବାସୀଙ୍କୁ ଅପମାନିତ କରିଛି। ଦ୍ରୌପଦୀ ମୁର୍ମୁ ଏକ ଆଦିବାସୀ ପରିବାରରୁ ଆସିଛନ୍ତି। ତାଙ୍କ ମାତୃଭାଷା ହିନ୍ଦୀ ନୁହେଁ, ଓଡ଼ିଆ। ସେ ଆଜି ସଂସଦକୁ ଚମତ୍କାର ଢଙ୍ଗରେ ଭାଷଣ ଦେଇଛନ୍ତି। କିନ୍ତୁ କଂଗ୍ରେସର ରାଜପରିବାର ତାଙ୍କୁ ଅପମାନିତ କରିବା ଆରମ୍ଭ କରିଛି। ରାଜପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ଆଦିବାସୀ ଝିଅ ଏକ ବୋରିଂ ଭାଷଣ ଦେଇଥିଲେ। ଆଉ ଜଣେ ସଦସ୍ୟ ରାଷ୍ଟ୍ରପତିଙ୍କୁ ଗରିବ ବୋଲି କହିଥିଲେ। ସେମାନଙ୍କୁ ଜଣେ ଆଦିବାସୀ ଝିଅଙ୍କର ଭାଷଣ ବୋରିଂ ଲାଗୁଛି। ଏହା ଦେଶର ୧୦ କୋଟି ଆଦିବାସୀ ଭାଇ ଭଉଣୀଙ୍କ ପ୍ରତି ଅପମାନ। ଗରିବ, ଦଳିତ, ଆଦିବାସୀ, ଓବିସି ମଧ୍ୟରୁ ଯେଉଁମାନେ ଉନ୍ନତି କରୁଛନ୍ତି ସେମାନଙ୍କୁ ଅପମାନିତ କରିବା କଂଗ୍ରେସର ଅଭ୍ୟାସ। ଉଲ୍ଲେଖଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ଦିନରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅତ୍ୟନ୍ତ ଥକିପଡ଼ିଛନ୍ତି, ଗରିବ ଦେଖାଯାଉଛନ୍ତି ବୋଲି ଗଣମାଧ୍ୟମରେ କହିଥିଲେ। ଏହି ମନ୍ତବ୍ୟ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସୋନିଆ ଗାନ୍ଧିଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି।