ଅଚ୍ୟୁତପ୍ଲସ ଟୁ ସାଇନ୍ସ କଲେଜରେ ୧୦୦% ରେଜଲ୍ଟ, ମନସ୍ମିତା ଟପ୍ପର

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନରେ ସବୁ ଥର ଭଳି ଏଥର ବି ବାଜି ମାରିଛି ଅଚ୍ୟୁତ ପ୍ଲସ ଟୁ ସାଇନ୍ସ କଲେଜ। ଭୁବନେଶ୍ୱର-କଟକ ମଝିରେ ପାହାଳ ଠାରେ ଥିବା ଏହି କଲେଜର ଛାତ୍ରୀ ମନସ୍ମିତା ମହାପାତ୍ର 95.50 ପ୍ରତିଶତ ନମ୍ବର ରଖି ସାରା ଓଡ଼ିଶାର ଟପ ଟେନ ତାଲିକାରେ ନିଜ ସ୍ଥାନ ପକ୍କା କରି ଗୌରବ ଆଣିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ମୋଟ 600 ନମ୍ବରରୁ ସେ 572 ନମ୍ବର ରଖିଛନ୍ତି।

କଲେଜର ମୋଟ 103 ପିଲାଙ୍କ ମଧ୍ୟରୁ 90%ରୁ ଅଧିକ ନମ୍ବର ରଖିଛନ୍ତି 9 ଜଣ ଛାତ୍ରଛାତ୍ରୀ। ଜଣେ ଗରିବ ତଥା ମେଧାବୀ ଛାତ୍ରୀ ହୋଇଥିବାରୁ ତାଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। ସେହିପରି ଅଡ଼ଶପୁରଠାରେ ଥିବା କ୍ୟାରିଅର ଫୋକସ କୋଚିଂ ସେଣ୍ଟର ମଧ୍ୟ ଏଥର ରେକର୍ଡ ସଫଳତା ଆଣିଛି। ଏଠାରେ ପଢ଼ୁଥିବା ମୋଟ 56 ଜଣ ପିଲାଙ୍କ ମଧ୍ୟରୁ13 ଜଣ 500ରୁ ଅଧିକ ନମ୍ବର ରଖିଛନ୍ତି। ଓଡ଼ିଶାରେ ଏହା ଏକ ବିରଳ ରେଜଲ୍ଟ। ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସହଯୋଗର ହାତ ବଢ଼ାଇ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବେଶ ନାଁ କରିଛି ଉଭୟ ଅଚ୍ୟୁତ ପ୍ଲସ ଟୁ ସାଇନ୍ସ କଲେଜ ଓ କ୍ୟାରିୟର ଫୋକସ କୋଚିଂ ସେଣ୍ଟର। ସେଥିପାଇଁ ତ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି ବୋଲି କହିଛନ୍ତି କଲେଜର ନିର୍ଦ୍ଦେଶକ ରାକେଶ କୁମାର ସିଂ। 

Leave a Comment

Your email address will not be published. Required fields are marked *

Scroll to Top