ବାପା ରାଜମିସ୍ତ୍ରୀ, ଝିଅ ଟପ୍ପର

ଭୁବନେଶ୍ୱର: ଏ ଛାତ୍ରୀ ହେଉଛନ୍ତି ମନସ୍ମିତା ମହାପାତ୍ର। ମାଟ୍ରିକରେ 92%, ପ୍ଲସ ଟୁରେ 96%। ଏ ମେଧାବୀ ଛାତ୍ରୀଙ୍କୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା। କାହିଁକି ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ। ଝିଅ ସିନା ଭଲ ମାର୍କ ରଖି ଟପ୍ପର ହୋଇଗଲା ହେଲେ ଏବେ ବାପା ମୁଣ୍ଡରେ ଯେମିତି ବଜ୍ର ପଡିଛି। ଝିଅ କହୁଛି ମେଡିକାଲ ପଢିବ ଡାକ୍ତର ହେବ ଆଉ ବାପା ଏକଥା ଶୁଣି ଚିନ୍ତାରେ ପଡିଛି। କାହିଁକି ଜାଣନ୍ତି, ଏହା ପଛରେ ଗରିବୀ। ବାପା ହେଉଛନ୍ତି ଜଣେ ଦିନ ମଜୁରିଆ। ଦିନକୁ ରୋଜଗାର 500 ଟଙ୍କା। ଯେତିକି ଦିନ ଖଟନ୍ତି ଘର ଚାଲେ ବାକି ସମୟରେ ଯାହା ହେଉଥିବ ଆପଣ ଅନୁଭବ କରିପାରୁଥିବେ।

କଟକ ଜିଲ୍ଲା ବାରଙ୍ଗ ବ୍ଲକ ସିଙ୍ଗଳ ଗ୍ରାମର ଶ୍ରିନିବାସ ମହାପାତ୍ର ଓ ମନୋରମା ମହାପାତ୍ରଙ୍କ ବଡ଼ ଝିଅ ମନସ୍ମିତା ମହାପାତ୍ର। ଆଜି ଝଅର କୃତି ପାଇଁ ବାପା ମାଙ୍କ ଖୁସି କହିଲେ ନସରେ। ଝିଅ କେମିତି ପାଠ ପଢ଼ିବ ସେ ନେଇ ଟେନସନରେ ଥିବା ବେଲେ ଝିଅ ଆଜି ବାପାଙ୍କର ମୁଣ୍ଡ ଉପରକୁ କରିଦେଇଛି। ତେବେ ଝିଅକୁ ବଡ ସହାୟତା କରିଛନ୍ତି ଅଚ୍ୟୁତ ଯୁକ୍ତ ଦୁଇ ବିଜ୍ଞାନ କଲେଜ କର୍ତ୍ତୃପକ୍ଷ। କଲେଜରେ ପଢିବା, ହଷ୍ଟେଲରେ ରଖିବା ସମେତ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି କର୍ତ୍ତୃପକ୍ଷ। ଘର ଲୋକଙ୍କ କହିବାର କଥା ଆମେ ଟଙ୍କାଟିଏ ବି ଦେଇନାହୁଁ। ସେପଟେ କଲେଜର ଅଧ୍ୟକ୍ଷ ରାକେଶ କୁମାର ସିଂ କହିଛନ୍ତି, ମନସ୍ମିତା ଜଣେ ପରିଶ୍ରମୀ ମେଧାବୀ ଛାତ୍ରୀ। ଆମର ଆଶା ଥିଲା95% ରଖିବ ଆଉ ସେ ପ୍ରମାଣ କରି ଦେଖାଇଛି। କେବଳ +୨ ନୁହଁ ଆଗାମି ଦିନରେ ତାର ରୋଜଗାର ଯାଏଁ ତାକୁ ଆମ ପରିବାର ସହାୟତା କରିବ। ଏହା ଆମର ଲକ୍ଷ ଯାହାକୁ ଆମେ ପୂର୍ଣ୍ଣ କରିବାକୁ ସବୁ ପ୍ରୟାସ କରିଛୁ। ଏହି ଅଞ୍ଚଳରୁ ପ୍ରତିବର୍ଷ କିଛି ଆର୍ଥିକ ଅନଟନ ଗ୍ରସ୍ଥ ପିଲାଙ୍କୁ ଆମେ ମାଗଣା ପାଠ ପଢ଼ାଊଛୁ। ଆଉ ସମସ୍ତେ ଭଲ ଫଳ ଦେଇଛନ୍ତି ବୋଲି କହିଛନ୍ତି କଲେଜ ପ୍ରିନ୍ସିପାଲ
ଭବାନୀ ପଟ୍ଟନାୟକ। +2 ସିନା ସରିଲା ଆଗକୁ କିପରି ପାଠ ପଢ଼ିବ ଝିଅ ସେ ଚିନ୍ତାରେ ଏବେ ପୁରା ପରିବାର।

ଘରର ସ୍ଥିତି ଯାହା ଝିଅକୁ ପଢ଼ାଇବା ଦୂରର କଥା ବଢ଼ାଇବା ପାଇଁ ମଧ୍ୟ ବାପା ଅକ୍ଷମ, ତେଣୁ ଯଦି କିଛି ଆର୍ଥିକ ସହାୟତା ମିଳେ ତେବେ ଝିଅଟି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତା ଆଉ ବାପମାଙ୍କ ସ୍ୱପ୍ନ ବି ପୂରଣ କରିପାରନ୍ତା।

Leave a Comment

Your email address will not be published. Required fields are marked *

Scroll to Top