
ଭୁବନେଶ୍ୱର ୨୬/୦୫ : କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପ ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ। ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।