
ଭୁବନେଶ୍ୱର ତା. ୨୬.୬ ରିଖ : ଓଡ଼ିଶାର ହଜାର-ହଜାର ବି ଏଡ଼. ଆଶାୟୀ ଓ ତାଙ୍କ ପରିବାର ପାଇଁ ଗଭୀର ଚିନ୍ତା । ଯାହାକି ଭର୍ତ୍ତି ପ୍ରକ୍ରିୟାରେ ଘଟିଥିବା ଗମ୍ଭୀର ଅନିୟମିତତା ସଂପର୍କିତ ତଥ୍ୟ ଲୋକଲୋଚନକୁ ଆସିଛି। ଏବେ ସମଗ୍ର ରାଜ୍ୟରେ ବି.ଇ.ଡି ପାଇଁ କେବଳ ୨୭୫୦ଟି ସ୍ଥାନ ଅଛି, କିନ୍ତୁ ୧,୨୯,୭୧୨ରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି ଓ ପରୀକ୍ଷା ଦେଇଛନ୍ତି। ଦୁଃଖର ବିଷୟ ହେଉଛି, ଫଳାଫଳ ପ୍ରକାଶ ଓ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଗମ୍ଭୀର ସନ୍ଦେହ ଓ ଅସନ୍ତୋଷ ଦେଖାଯାଇଛି ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନ ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ ସୂର୍ଯ୍ୟବଂଶୀଙ୍କୁ ଏକ ପତ୍ର ମାଧ୍ୟମରେ ଲେଖିଛନ୍ତି ।
ପ୍ରମୁଖ ଅନିୟମିତତା ଗୁଡ଼ିକ ହେଲା:-
ଚା ଉତ୍ତରପତ୍ର ପ୍ରକାଶ ନାହିଁ: ପ୍ରାର୍ଥୀଙ୍କ ଉତ୍ତରପତ୍ର ଦେଖିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପାରଦର୍ଶିତା ଉପରେ ପ୍ରଶ୍ନ ଉଠୁଛି।
ଚା ଜବଦ୍ଭଳ ତାଲିକା ପ୍ରକାଶ ନହେବା: ମେରିଟ୍ ଅନୁସାରେ ଚୟନ ପ୍ରକ୍ରିୟା ସ୍ପଷ୍ଟ ନ ଥିବାରୁ ଛାତ୍ରଛାତ୍ରୀ ମଧ୍ୟରେ ଗଭୀର ଦ୍ୟୁଧା ଓ ଚିନ୍ତା ଦେଖାଯାଉଛି।
ଚା ଅସାଧାରଣ କମ୍ ଅଙ୍କ ପ୍ରତି ଅସନ୍ତୋଷ: ବହୁତ ପ୍ରାର୍ଥୀ ସଠିକ୍ ଉତ୍ତର ଦେଲେ ମଧ୍ୟ କମ୍ ଅଙ୍କ ମିଳିଥିବା ବୋଲି ଅନେକ ଅଭିଯୋଗ ମିଳିଛି, ଯାହା ମୂଲ୍ୟାଙ୍କନ ପ୍ରକ୍ରିୟାରେ ତ୍ରୁଟି ସୂଚିତ କରୁଛି।
ଚା ଗ୍ରିଭାନ୍ସ ମେକାନିଜମ ନାହିଁ: ପ୍ରାର୍ଥୀମାନେ ତାଙ୍କ ଅଭିଯୋଗ ଦାଖଲ କରିବା ପାଇଁ କୌଣସି ଅଧିକାରିକ ଗ୍ରିଭାନ୍ସ ପୋର୍ଟାଲ ଉପଲବ୍ଧ ନଥିବାରୁ ତାଙ୍କର ଅନେକ ଅଭିଯୋଗ ଆଶା ହୋଇ ରହିଛି।
ଚା ୧ଗ୍ଦଗ୍ଧ ଚୟନ ତାଲିକା ବିଳମ୍ବ: ପ୍ରଥମ ଚୟନ ତାଲିକା ବିନା କୌଣସି ସ୍ପଷ୍ଟ କାରଣରେ ବିଳମ୍ବ କରାଯାଇଛି, ଯାହା ଶିକ୍ଷା ପଞ୍ଜିକାକୁ ପ୍ରଭାବିତ କରୁଛି।
ଏହି ଅସ୍ପଷ୍ଟ ଓ ଅକ୍ଷମ ପ୍ରକ୍ରିୟା ଫଳରେ ବହୁତ ପ୍ରାର୍ଥୀ ବାଧ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶରେ ଭର୍ତ୍ତି ହେବାକୁ କିମ୍ବା ଓଡ଼ିଶା ମଧ୍ୟରେ ଚାଲିଥିବା ଈ.ଋୟ. ମାଫିଆଙ୍କ ଶିକାର ହେଉଛନ୍ତି, ଯାହା ତାଙ୍କୁ ଆର୍ଥିକ ଶୋଷଣ ଓ ମାନସିକ ଅତ୍ୟାଚାରକୁ ଅନୁଭବ କରାଉଛି।
ଏହି ପରିସ୍ଥିତିରେ ଆମର ଦୃଢ଼ ଅନୁରୋଧ:
ଚା ପ୍ରାର୍ଥୀଙ୍କ ଉତ୍ତରପତ୍ର ଓ ପ୍ରକାଶ କରାଯାଉ।
ଚା ଗ୍ରିଭାନ୍ସ ଦାଖଲ ପାଇଁ ଏକ ଅଧିକାରିକ ପୋର୍ଟାଲ ତିଆରି କରାଯାଉ।
ଚା ମୂଲ୍ୟାଙ୍କନରେ ଯଦି ଅନିୟମିତତା ରହିଛି ବୋଲି ପ୍ରମାଣ ମିଳେ, ତେବେ ସ୍ୱାଧୀନ ଅନୁସନ୍ଧାନ କମିଟି ମାଧ୍ୟମରେ ତଦନ୍ତ କରାଯାଉ।
ଚା ତୁରନ୍ତ ୧ଗ୍ଦଗ୍ଧ ଚୟନ ତାଲିକା ପ୍ରକାଶ କରାଯାଇ ଶିକ୍ଷା ପଞ୍ଜିକାକୁ ସାମଞ୍ଜସ୍ୟ କରାଯାଉ।
ମାନ୍ୟବର ଶିକ୍ଷାମନ୍ତ୍ରୀ ରାଜ୍ୟର ହଜାର-ହଜାର ଶିକ୍ଷକ ଆସାର୍ଥୀଙ୍କ ଭବିଷ୍ୟତ୍ ସୁରକ୍ଷିତ କରିବେ ବୋଲି ଛାତ୍ର ସଭାପତି ଉଦିତ ପ୍ରଧାନଙ୍କ ପ୍ରତିଶ୍ରୁତ ଦେଇଛନ୍ତି ।
ଉଦିତ ପ୍ରଧାନ
ଛାତ୍ର କଂଗ୍ରେସ ସଭାପତି
