JEE Mainରେ ଅଚ୍ୟୁତ ସାଇନ୍ସ କଲେଜକୁ ବଡ଼ ସଫଳତା

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ଲସ ଟୁ ସାଇନ୍ସ କଲେଜ ତଥା ଜେଇଇ ମେନ ଓ ମେଡିକାଲ କୋଚିଂ ପ୍ରଦାନକାରୀ ଅନୁଷ୍ଠାନ ଅଚ୍ୟୁତ ପ୍ଲସ ଟୁ ସାଇନ୍ସ କଲେଜ ବଡ ସଫଳତା ହାସଲ କରିଛି। କଲେଜର ଛାତ୍ରୀ ବିଷ୍ଣୁପ୍ରିୟା ମହାନ୍ତି ସର୍ବଭାରତୀୟ ସ୍ତରରେ 1400 ରାଙ୍କ ରଖିଥିବା ବେଳେ ଅଭିଜିତ ଦାସ 3098 ଓ ୟତିମୋହନ ସାହୁ 4628 ରାଙ୍କ ରଖିଛନ୍ତି। ନିକଟରେ ଆସିଥିବା ଯୁକ୍ତ ଦୁଇ ସାଇନ୍ସ ରେଜଲ୍ଟରେ କଲେଜକୁ ଆଶାତୀତ ସଫଳତା ମିଳିଥିବା ବେଳେ ଏବେ ଜେଇଇ ମେନ ମଧ୍ୟ ତିନି ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଯେମିତିକି ଆଇଆଇଟି ମୁମ୍ବାଇ, ଆଇଆଇଟି କାନପୁର ଭଳି ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ପାଇବେ। ଗ୍ରାମାଞ୍ଚଳର ମେଧବୀଙ୍କୁ ଜାତୀୟ ସ୍ତରର କୋଚିଂ ଦେଇ ବଡ଼ ସରକାରୀ ଅନୁଷ୍ଠାନରେ ପଢ଼ାଇବା ସୁଯୋଗ କ୍ୟାରିୟର ଫୋକସ ଗ୍ରୁପ ହାତପାନ୍ତରେ ଆଣି ଦେଇଛି ବୋଲି କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ରାକେଶ ସିଂ।

Leave a Comment

Your email address will not be published. Required fields are marked *

Scroll to Top