ବିଡ଼ିଓଙ୍କୁ ଅଶାଳୀନ ବ୍ୟବହାର, ଧରାପଡ଼ିଲା ବ୍ଲକ ଅଧ୍ୟକ୍ଷାଙ୍କ ମିଛ

  • ବିଡ଼ିଓଙ୍କୁ ଦୁର୍ବ୍ୟବହାର ଓ ଗାଡି ଭଙ୍ଗାରୁଜା ଘଟଣା
  • ବିଜେଡି ନେତାଙ୍କ ନାଁରେ ସଙ୍ଗିନ ଦଫା
  • ଏବେ କଣ କରିବେ ବିଧାୟକ ?
  • ସିସିକ୍ୟାମେରାରୁ ଜଣାପଡ଼ିଲା ସତ

ବୋଲଗଡ: ଜଣେ କର୍ତ୍ତବ୍ୟରତ ମହିଳା ବିଡ଼ିଓଙ୍କୁ ଦୁର୍ବ୍ୟବହାର, ଅଶାଳୀନ ମନ୍ତବ୍ୟ ଦେବା ସହ ଅଫିସ ଭିତରକୁ ଧସେଇ ପଶିବା ଓ ଗାଡି ଭଙ୍ଗାରୁଜା ଘଟଣା ମହଙ୍ଗା ପଡିଛି। ଶେଷରେ ବିଜେଡିର 10 ଜଣ ନେତାଙ୍କ ନାଁରେ ଲାଗିଛି 11ଟି ସଙ୍ଗିନ ଦଫା। ଖରାପ ଭାଷା ପ୍ରୟୋଗ କରିବା, ଚରିତ୍ର ସଂହାର କରିବା ସହ ସରକାରୀ ସଂପତ୍ତି ଭଙ୍ଗାରୁଜା କରିବା ଘଟଣାରେ କଡା ଦଫା ଲଗାଇଛି ପୋଲିସ।

ବୁଧବାର କ୍ଷେତ୍ର ପରିଦର୍ଶନ କରି ବ୍ଲକ ଅଫିସକୁ ଫେରୁଥିବା ବେଳେ ହଠାତ ବାହାରେ ଆନ୍ଦୋଳନ କରୁଥିବା କିଛି ନେତା ଓ କର୍ମୀ ତାଙ୍କ ଆଡକୁ ମାଡି ଆସି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏଥିସହ ତାଙ୍କ ଅଫିସକୁ ମାଡି ଆସିଥିଲେ। ବିଡ଼ିଓ ପ୍ରବେଶ କରିବା ସମୟରେ ବ୍ଲକ ଅଧ୍ୟକ୍ଷା ଉପସ୍ଥିତ ନଥିଲେ। ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ଜଣାପଡୁଥିଲେ ବି କେବଳ ନିଜ ଭାବମୂର୍ତି ବଞ୍ଚାଇବାକୁ ମିଛ କହିଥିଲେ। ବ୍ଲକ ଅଧ୍ୟକ୍ଷା ଙ୍କୁ ଭିତରକୁ ନଛାଡିବାରୁ ଆମେ ପ୍ରତିବାଦ କଲୁ ବୋଲି କହିଥିଲେ ନେତା। ହେଲେ ବାସ୍ତବ କଥା ଅନୁଧ୍ୟାନ କରିବା ପରେ ପୋଲିସ ନେଇଛି କଡା ଆକ୍ସନ। ଏବେ ଦଫା ଖାଇବା ପରେ ପଞ୍ଚାୟତ ପ୍ରତିନିଧିଙ୍କ ପିଳେହି ପାଣି। କାହିଁକି ନା ବିଡ଼ିଓ ଅଂଚଳର ଲୋକଙ୍କ ପାଇଁ ଭଲ କାମ କରୁଥିବା କଥା ଅନେକ ଆସି ଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ଫେରାଦ ହୋଇଛନ୍ତି। ତେଣୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ଦାଗି ନେତା ଏବେ ଅକଳରେ ପଡିଛନ୍ତି। ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ କଥାରେ ଚାଲି ଏମାନଙ୍କ ରାଜନୈତିକ କ୍ୟାରିୟର ଏକପ୍ରକାର ଦୋଛକିରେ ପଡିଛି। ସେପଟେ ବିଡ଼ିଓ ସୁମନ ସୁଧା କୁଣ୍ଡୁ କହିଛନ୍ତି, ଜଣେ ମହିଳା ଅଧିକାରୀଙ୍କ ଉପରେ ଯାହା ଘଟିଲା ତାହା ଠିକ ନୁହେଁ । ଆଇନର ଆଶ୍ରୟ ନେଇଛି, ଯାହା ପଦକ୍ଷେପ ପୋଲିସ ନେବ ସ୍ୱାଗତ କରିବି।

Leave a Comment

Your email address will not be published. Required fields are marked *

Scroll to Top