Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆଇନ୍ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସ୍‌କୁ ସୋଆର ସହଯୋଗ

ଖଣ୍ଡଗିରି ଥାନାକୁ ବୋଲେରୋ ପ୍ରଦାନ



ଭୁବନେଶ୍ୱର, ଜୁଲାଇ ୨୦ : ଆଇନ୍ ଶୃଙ୍ଖଳା ପରିସ୍ଥିତି ତଥା ଅପରାଧ ନିୟନ୍ତ୍ରଣ ନିମନ୍ତେ କମିଶନରେଟ ପୋଲିସ୍ ପ୍ରତି
ସହଯୋଗର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଏଥି ପାଇଁ ସୋଆ ପକ୍ଷରୁ ଖଣ୍ଡଗିରି ଥାନା ପୋଲିସ୍‌କୁ
ଏକ ବୋଲେରୋ ନିଓ ଗାଡ଼ି ପ୍ରଦାନ କରାଯାଇଛି । ପୋଲିସ୍ କମିଶନରଙ୍କ କାର୍ଯ୍ୟାଳୟରେ ଏହି ଗାଡ଼ିଟିକୁ ଗୁରୁବାର ଦିନ ହସ୍ତାନ୍ତର
କରାଯାଇଛି ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍‌ଡି ତଥା ଯୁଗ୍ମ
ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ପଟ୍ଟନାୟକ ପୋଲିସ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଗାଡ଼ିର ଚାବି ପ୍ରଦାନ କରିଥିଲେ । ଏହି
ଅବସରରେ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ଓ ଖଣ୍ଡଗିରି ଥାନା ଆଇଆଇସି ଶ୍ରୀ ଦୟାନିଧି ନାୟକ ଉପସ୍ଥିତ ଥିଲେ ।
ପୂର୍ବରୁ ସୋଆ ପକ୍ଷରୁ ଭରତପୁର ଓ ପାହାଳ ଥାନାକୁ ମଧ୍ୟ ଦୁଇଟି ବୋଲେରୋ ପ୍ରଦାନ କରାଯାଇଥିଲା ।
ସୋଆର ଏହି କାର୍ଯ୍ୟକୁ ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ଉଚ୍ଚ ପ୍ରଶଂସା କରିବା ସହ କମିଶନରେଟ୍ ପୋଲିସ୍ ପ୍ରତି
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଏହି ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି । ଏହା ଅନ୍ୟ ଅନୁଷ୍ଠାନଗୁଡ଼ିକ ପାଇଁ ପ୍ରେରଣା
ଯୋଗାଇବ ବୋଲି ସେ କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...