Connect with us

Hi, what are you looking for?

TV

ନିର୍ବାଚନ ପୂର୍ବରୁ ଖାଉଟିଙ୍କୁ ମିଳିପାରେ ଆଶ୍ୱସ୍ତି, ଖସିପାରେ ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ଖସୁଛି । ୮୦ ଡଲାର ତଳେ ବ୍ରେଣ୍ଟ କ୍ରୁଡ୍‌ । ଏଭଳି ସ୍ଥିତିରେ ନରେନ୍ଦ୍ର ମୋଦି ସରକାର ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେଇପାରନ୍ତି । ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ସାଧାରଣ ନିର୍ବାଚନ ଥିବାବେଳେ ପେଟ୍ରୋଲ ଏବଂ ଡିଜେଲ ଦର ଖସାଇପାରନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।
କ୍ରମାଗତ ତୃତୀୟ ପାଳି ପାଇଁ କ୍ଷମତାକୁ ଆସିବା ପାଇଁ ଭାରତୀୟ ଜନତା ପାର୍ଟି ରଣନୀତି ପ୍ରସ୍ତୁତ କରିଛି । ଦେଶରେ ଜୀବନଧାରଣ ଖର୍ଚ୍ଚ କମାଇବା ଦିଗରେ ନରେନ୍ଦ୍ର ମୋଦି ସରକାର ଆସନ୍ତା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର କମାଇ ଲୋକଙ୍କୁ ଆଶ୍ୱସ୍ତ କରିପାରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମ୍ପ୍ରତି ଭାରତରେ ମୁଦ୍ରାସ୍ଫୀତି ଚିନ୍ତାଜନକ ସ୍ତରରେ ରହିଛି ।
ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪ ମାସର ସର୍ବୋଚ୍ଚ ସ୍ତର ୫.୬୯% ଥିଲା । ଆର୍‌ବିଆଇ ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ତାହାର ଯଥେଷ୍ଟ ଉପରେ ରହିଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like