Connect with us

Hi, what are you looking for?

ଅପରାଧ

ଲୋକଙ୍କ ଉପରେ ଗାଡି ଚଢ଼େଇ ଦେଲେ ଚିଲିକା ବିଧାୟକ, ୬ ଗୁରୁତର

ଟାଙ୍ଗି: ରଣକ୍ଷେତ୍ର ପାଲଟିଲା ବାଣପୁର ବ୍ଲକ ଅଫିସ ।  ଲୋକଙ୍କ ଉପରେ ଚିଲିକା ବିଧାୟକ କାର।  ବିଧାୟକଙ୍କ କାର୍‌ ଧକ୍କାରେ ଜଣେ ମୃତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏପିରିକି ବିଧାୟକଙ୍କୁ କାର୍‌ରୁ ଟାଣି ଆଣି ନିର୍ଦ୍ଦୁମ ଛେଚିଲେ ଲୋକେ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ।

ଖବର ଅନୁଯାୟୀ, ବାଣପୁର ପଞ୍ଚାୟତ ସମିତିରେ ଶନିବାର ଦିନ ବ୍ଲକ ଚେୟାରମ୍ୟାନ୍‌ ପାଇଁ ନିର୍ବାଚନ ଚାଲିଥିଲା । ଠିକ୍‌ ଏହି ସମୟରେ ବିଧାୟକଙ୍କ ଗାଡ଼ି ଲୋକଙ୍କ ଉପରକୁ ଚଢିଯାଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର ହୋଇଥିଲେ । ସେଥିରେ କିଛି ମହିଳା ପୋଲିସ ଅଧିକାରୀ ଥିବା ସୂଚନା ମିଳିଛି ।

ବିଧାୟକଙ୍କ ଏପରି ବେପାରୁଆ ଗାଡି ଚାଳନା ଦେଖି ଉତ୍ୟକ୍ତ ହୋଇଯାଇଥିଲେ ସାଧାରଣଲୋକେ । ତୁରନ୍ତ ବିଧାୟକଙ୍କ ଗାଡିକୁ ଆକ୍ରମଣ କରିଥିଲେ । ଏପରିକି ବିଧାୟକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ସ୍ଥାନୀୟଲୋକେ । ଯେଉଁଥିରେ ସେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି।

ସେପଟେ ବିଧାୟକଙ୍କ କାର୍‌ ଚଢିଯିବାରୁ ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଏମ୍‌ସ ସ୍ଥାନାନ୍ତରିତ କରାଯାଇଛି । ଉତ୍ୟକ୍ତ ଲୋକେ ବିଧାୟକଙ୍କ କାର୍‌କୁ ଓଲଟାଇଦେଇଛନ୍ତି । ସୁରକ୍ଷା ଦୃଷ୍ଟିରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖୋର୍ଦ୍ଧା ଏସଡିପିଓଙ୍କ କହିବା ଅନୁସାରେ ବିଜେପିର 15 ଜଣ, ବିଜେଡିର ଜଣେ ଏବଂ 6 ପୋଲିସ ଆହତ ହୋଇଥିବାବେଳେ ବର୍ତ୍ତମାନ ସୁଧା କାହାର ମୃତ୍ୟୁ ହୋଇନାହିଁ। ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...