Connect with us

Hi, what are you looking for?

ଖେଳ

ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ପଦ ଛାଡି​‌ଲେ ବିରାଟ କୋହଲି । ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି । ଏ ନେଇ ବିରାଟ କୋହଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପୂର୍ବରୁ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରୁ ମଧ୍ୟ ସେ ନିଜ ଆଡୁ ଇସ୍ତଫା ଦେଇଥିଲେ । ପରେ ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ବିଦା କରିଥିଲା ବିସିସିଆଇ । ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଥିଲା । ତେବେ ଶନିବାର ଟ୍ବିଟ୍‌ କରି ନିଜ ଆଡୁ ଟେଷ୍ଟ ଫର୍ମାଟର ଅଧିନାୟକ ପଦ ଛାଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ଭାରତର ଟେଷ୍ଟ ସିରିଜ୍‌ ପରାଜୟ ପରେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି କୋହଲି ।

ଟ୍ବିଟ୍‌ କରି କୋହଲି କହିଛନ୍ତି, ‘ଗତ ୭ ବର୍ଷ ଧରି ଦଳକୁ ଆଗକୁ ନେବା ପାଇଁ ଅନବରତ ଭାବେ ଦଳକୁ ଆଗକୁ ନେବାକୁ ପ୍ରୟାସ କରିଥିଲି । ଏହି ସମୟ ମଧ୍ୟରେ ସଚ୍ଚୋଟତାର କାମ କରିଛି । ସବୁ ଜିନିଷର ଶେଷ ଥାଏ ଆଉ ଆଜି ମୋ ପାଇଁ ଭାରତୀୟ କ୍ରିକେଟ ଟିମ୍‌ର ଟେଷ୍ଟ ଅଧିନାୟକ । ଦଳ ପାଇଁ ସବୁବେଳେ ମୋର ଶତ ପ୍ରତିଶତ ଦେଇଛି ।’

କୋହଲି କହିଛନ୍ତି, ‘ବିସିସିଆଇ ମୋ ଉପରେ ଆସ୍ଥା ପ୍ରକଟ କରି ଏତେ ବର୍ଷ ଧରି ଦାୟିତ୍ବ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ଲମ୍ବା ସମୟ ଧରି ଦଳକୁ ଆଗେଇ ନେବା ପାଇଁ ବିସିସିଆଇ ସହଯୋଗ କରିଛି । ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରୁ ହିଁ ମୁଁ ମୋର କର୍ତ୍ତବ୍ୟ ନିର୍ବାହ କରିଆସିଛି । ଏଥିରେ ଭରପୁର ସହଯୋଗ କରିଛନ୍ତି ମୋର ସାଥୀ ଖେଳାଳିମାନେ ।’

ସାଥୀ ଖେଳାଳିଙ୍କୁ ପ୍ରଶଂସା କରି କୋହଲି କହିଛନ୍ତି, ‘ସମସ୍ତ ପ୍ରକାର ପରିସ୍ଥିତିରେ ଦଳର ସମସ୍ତ ଖେଳାଳି ମୋତେ ସହଯୋଗ କରିଛନ୍ତି । ଲମ୍ବା ସମୟ ଧରି ଭାରତୀୟ ଦଳର ଅଧିନାୟକତ୍ବ ମଧ୍ୟରେ ଅନେକ କିଛି ଶିଖିବାକୁ ମିଳିଛି । ସାଥୀ ଖେଳାଳିଙ୍କୁ ଶିଖାଇବାର ସୁଯୋଗ ପାଇଛି । ଟେଷ୍ଟ କ୍ରିକେଟରେ ରବି ଶାସ୍ତ୍ରୀ ଏବଂ ସମସ୍ତ ସପୋର୍ଟି ଷ୍ଟାଫ୍‌ମାନେ ଆଗକୁ ବଢିବା ପାଇଁ ଅନବରତ ଭାବେ ପ୍ରେରଣା ଦେଇଛନ୍ତି ।’

ଟେଷ୍ଟ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ନେଇ ଟ୍ବିଟ୍‌ କରିବା ପରେ ପୂର୍ବତନ କ୍ୟାପଟେନ୍‌ ଏମ୍‌ଏସ୍‌ ଧୋନୀଙ୍କୁ ଖୁବ ପ୍ରଶଂସା କରିଛନ୍ତି କୋହଲି । କହିଛନ୍ତି, ‘ଅଧିନାୟକ ଭାବେ ମୋତେ ବିଶ୍ବାସ କରିବା ତଥା ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ମୋତେ ପ୍ରେରଣା ଯୋଗାଇଥିବାରୁ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅଶେଷ ଧନ୍ୟବାଦ’

ସୂଚନାଯୋଗ୍ୟ, ଏମ୍‌ଏସ୍‌ ଧୋନୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ୩୩ ବର୍ଷୀୟ କୋହଲି ୨୦୧୪ ମସିହାରେ ଅଧିନାୟକ ଭାରତ ଗ୍ରହଣ କରିଥିଲେ ।  ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ୬୮ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୪୦ଟି ମ୍ୟାଚ୍‌ରେ ଦଳ ବିଜୟୀ ହୋଇଛି । ​‌ସେହିଭଳି ୧୭ଟିରେ ଦଳ ପରାଜିତ ହୋଇଥିବା ବେଳେ ୧୧ଟି ମ୍ୟାଚ୍‌ ଡ୍ର’ ରହିଛି । ଭାରତ ପକ୍ଷରୁ କୋହଲି ମୋଟ ୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୭୯୬୨ ରନ କରିଛନ୍ତି । ଯେଉଁଥିରେ ୨୭ଟି ଶତକ ଏବଂ ୨୮ଟି ଅର୍ଦ୍ଧଶତକ ସାମିଲ ଅଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like