Connect with us

Hi, what are you looking for?

ଅନ୍ତର୍ଜାତୀୟ

ଏମିରଟସ ଓଡ଼ିଆ ରଥ ଯାତ୍ରା, ସାତଟି ଏମିରଟସ ଲୋକ ସାମିଲ

ଦୁବାଇ: ଇଉନାଇଟେଡ ଆରବ ଏମିରେଟସ ର ସାତଟି ଏମିରଟସ ଲୋକମାନକୁ ନେଇ “ଏମିରଟସ ଓଡ଼ିଆ ରଥ ଯାତ୍ରା ” ଏ ବର୍ଷ ଭକ୍ତି ମୟ ପରିବେଶ ସହିତ ଦୁବାଇ ସ୍ଥିତ BRIGHT RIDERS ସ୍କୁଲ ରେ ଧୁମଧାମ ରେ ପାଳନ କରାଯାଇଥିଲା | ସକାଳ ୭ ସାତ ଟାରୁ ସୂର୍ଯ୍ୟନାରାୟଣ ଙ୍କ ପୂଜା ଆରମ୍ଭ ହୋଇ ଦିନ ୯ ନଅ ଟା ରେ ଚାରି ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା | ଏଥିସହିତ ମହାମନ୍ତ୍ର ନାମ ସଂକୀର୍ତନରେ ସମସ୍ତ ଭକ୍ତମଣ୍ଡଳୀ ନାଚି ଗୀତଗାଈ ଭକ୍ତି ରସ ରେ ଭିଜି ଯାଇଥିଲେ | ୯.୩୦ ରେ ଠାକୁରଙ୍କର ପ୍ରିୟ ବାଳ ଭୋଗ ଓ ଚୁଡା ଘାସ ଲାଗି କରାଯାଇଥିଲା | ୧୦.୩୦ ରେ ହରିବୋଲ ହୁଳ ହୁଳି ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନି ଓ ନାମ ସଂକୀର୍ତନ ସହିତ ମହାପ୍ରଭୁମାନଙ୍କର ପବିତ୍ର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ମହାପ୍ରଭୁମାନେ ୧୧.୩୦ ରେ ରଥାରୁଢ଼ ହୋଇଥିଲେ | ମଧ୍ୟାହ୍ନ ୧୨ଟା ବେଳେ ଦାରୁବ୍ରହ୍ମ ଙ୍କ ନିକଟରେ ୧୦୦ ରୁ ଅଧିକ ପରିବାର ଙ୍କ ଦ୍ୱାରା ୫୬ ଛପନ ଭୋଗ ପବିତ୍ରତା ସହିତ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥିଲା | ତାପରେ କୁନି କୁନି ଓଡ଼ିଆ ପିଲାମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଖୁସି କରିବା ପାଇଁ ଓଡିଶୀ ଦେବଦାସୀ ନୃତ୍ୟ ପରିବେଷଣ କରାଯାଇଥିଲା | ତାପରେ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ୧୦୮ ମହାମନ୍ତ୍ର ସମୂହ ପାଠ କରାଯାଇଥିଲା | ୧୨.୩୦ ବେଳେ ପବିତ୍ର ଘୋଷ ଯାତ୍ରା ହରିବୋଲ , ହୁଳ ହୁଳି ଶଙ୍ଖ ଧ୍ୱନି ମହାମନ୍ତ୍ର ନାମ ସଂକୀର୍ତନ ରେ ଆରମ୍ଭ ହୋଇଥିଲା | ଦିନ ୧ ଟା ବେଳେ ଆନନ୍ଦ ବଜ଼ାର ରେ ମହାପ୍ରସାଦ ସେବନ ଆରମ୍ଭ ହୋଇଥିଲା | ମହାପ୍ରସାଦ ରେ ଅନ୍ନ ,ଡାଲି, ପୋଟଳ ରସା, ଘାଣ୍ଟ ତରକାରୀ , ଦହି ବାଇଗଣ , ଖିରି , ପାପଡ ପରିବେଷଣ କରାଯାଇଥିଲା | ଅପରାହ୍ନ ୨ଟା ବେଳେ ପାରମ୍ପରିକ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ବେଳେ ଶେଷ ହୋଇଥିଲା | ଏହି ଅବସରରେ ଦୁବାଇ ରେ ଅବସ୍ତିତ ଭାରତୀୟ ଦୂତାବାସ ର କନସୁଲ୍ ଜେନେରାଲ୍ ଡ.ସତୀଶ କୁମାର ସିଭାନ୍ ତାଙ୍କ ପରିବାର ସହିତ ଯୋଗ ଦେଇ ରଥ ଟାଣିଥିଲେ। ସମଗ୍ର ଆରବ ଏମିରଟସ ରୁ ୬୦୦ ରୁ ଅଧିକ ପରିବାର ଯୋଗ ଦେଇ ଥିଲେ .

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...