Connect with us

Hi, what are you looking for?

ଅନ୍ତର୍ଜାତୀୟ

ୟୁକ୍ରେନ ଉପରେ ଋଷର ବଡ଼ଧରଣର ଏୟାର ଷ୍ଟ୍ରାଇକ, ୩୫ ମୃତ, ୧୩୪ ଆହତ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ବଡ ଧରଣର ଏୟାର ଷ୍ଟ୍ରାଇକ୍‌ କରିଛି ଋଷ ସେନା । ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୪ ଜଣରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ୟୁକ୍ରେନ୍‌ର ଲଓ୍ବିବ୍‌ର ଏକ ମିଲିଟାରୀ ବେସ୍‌କୁ ଟାର୍ଗେଟ୍‌ କରି ଆଟାକ କରିଛି ଋଷିଆ ସେନା ।   ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୃତ ଦେହ ଗୁଡିକ ମଧ୍ୟ ଚିହ୍ନିବା ମୁସ୍କିଲ ହୋଇପଡିଛି । ଏହା ବ୍ୟତିତ ୧୩୪ରୁ ଉର୍ଦ୍ଧ୍ବ ଆହତ ମଧ୍ୟ ହୋଇଛନ୍ତି । ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରିଜନିକୋଭ ମଧ୍ୟ ଟ୍ବିଟ୍‌ କରି ଆକ୍ରମଣ ବାବଦରେ ସୂଚନା ଦେଇଛନ୍ତି । କହିଛନ୍ତି, ୟୁକ୍ରେନ୍‌ର ଲଓ୍ବିବ୍‌ରେ ଥିବା ଶାନ୍ତି ସ୍ଥାପନା ଏବଂ ସୁରକ୍ଷା ଅନ୍ତରାଷ୍ଟ୍ରୀୟ ଭବନ ଉପରେ ଆକ୍ରମଣ କରିଛି । ବିଶେଷ କରି ଅନ୍ୟ ଦେଶର ଟ୍ରେନର୍‌ମାନେ ଏଠାରେ କାମ କରନ୍ତି ।

ଋଷ କହିବା ମୁତାବକ, ଯୁଦ୍ଧ କ୍ଷେତ୍ରର ବାହାରେ ମାନବୀୟ କରିଡର ନିର୍ମାଣ କରାଯିବ । କିନ୍ତୁ ୟୁକ୍ରେନ ଅଧିକାରୀମାନେ ରୁଷ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇଥିବା ଅଭିଯୋଗ କରିଛନ୍ତି। ୟୁକ୍ରେନର ଉପ-ପ୍ରଧାନମନ୍ତ୍ରୀ ଇରିନା ଭେରେସ୍‌ଚୁକ୍‌ କହିଛନ୍ତି ଯେ, ୧୪ଟି କରିଡର ନିର୍ମାଣ ପାଇଁ ସହମତି ପ୍ରକାଶ ପାଇଛି କିନ୍ତୁ ଶନିବାର ଦିନ କେବଳ ୯ଟି କରିଡର ହିଁ ଖୋଲାଯାଇଛି । ଯାହା ଫଳରେ ୧୩ ହଜାର ଲୋକଙ୍କୁ ଦେଶରୁ ସ୍ଥାନାନ୍ତର କରାଯାଇପାରିଛି।

ଯୁଦ୍ଧ ଥମିବାର ନାଁ ଧରୁନି। ଦିନକୁ ଦିନ ହମଲା ଜୋରଦାର କରୁଚି ଋଷ। ଏପରିକି ବାୟୂଲୋଜିକାଲ ୱାର ଆଡ଼କୁ କଥା ଗଲାଣି। ଏଭଳି ଯୁଦ୍ଧ ଲାଗିରହିଲେ  ସଙ୍କଟ  ମାଡିଆସିବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...