Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ରାଜ୍ୟ ସରକାରଙ୍କ ‘ଆଳୁ ଦୋଷ’ ପାଇଁ ପିଆଜର ଦରବୃଦ୍ଧି : ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୩୧/୧୦: ରାଜ୍ୟ ସରକାର ପିଆଜ ମିଶନ , ଆଳୁ ମିଶନ ଘୋଷଣା କରିଥିଲେ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପିଆଜ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରାଯିବା ସହିତ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ସେ ପ୍ରତିଶ୍ରୁତି କୁଆଡେ ଗଲା? ସାଧାରଣତଃ ଅମଳ ସମୟରେ ପିଆଜ, ଟମାଟୋ ଓ ଅନ୍ୟାନ୍ୟ ପନିପରିବାର ଉଚିତ୍ ମୂଲ୍ୟ ଚାଷୀ ପାଏନାହିଁ । ୨୪ବର୍ଷ ଧରି ରାଜ୍ୟରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ ସ୍ଥିର ସରକାର ଚାଲୁଥିଲେ ମଧ୍ୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଆମକୁ ପଡୋଶୀ ରାଜ୍ୟ ମାନଙ୍କ ଉପରେ ନିର୍ଭର ହେବାକୁ ପଡୁଛି । ପୂର୍ବରୁ ସରକାର ପ୍ରତିଶ୍ରୁତି ଦେଇଥିଲେ ପିଆଜ ଓ ଆଳୁ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ କରି ନିର୍ଦ୍ଦିଷ୍ଟ ଦରରେ ଖାଉଟିଙ୍କୁ ଯୋଗାଇ ଦେବେ ବୋଲି । ଆଶ୍ଚର୍ଯ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ସରକାରର ଦାୟିତ୍ୱ ଓ କର୍ତବ୍ୟକୁ ଭୁଲିଯାଇ ଅନ୍ୟ ରାଜ୍ୟର ଉଦାହରଣ ଦେଇ କେନ୍ଦ୍ରକୁ ଦୋଷ ଦେବା ତାଙ୍କର ଖାମଖିଆଲି ମନୋଭାବକୁ ପ୍ରକାଶ କରୁଛି । ନିଜ ଉପରେ ପଡିଲେ ତତକ୍ଷଣାତ୍ ଅନ୍ୟ ଉପରେ ଦୋଷ ଦେଇ ଖସିଯିବା ବିଜେଡି ସରକାରର ପୁରୁଣା ଅଭ୍ୟାସ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...