Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମଙ୍ଗଳବାର ରାମୋଜୀ ରାଓଙ୍କ ସ୍ମୃତି କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୭/୦୬/୨୦୨୪: ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବାଦ୍‌ଶାହ ରାମୋଜୀ ରାଓଙ୍କ ସ୍ମୃତିଚାରଣ ପାଇଁ ଜୁନ୍ ୧୮ ତାରିଖ ମଙ୍ଗଳବାର ସଂଧ୍ୟାରେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ସନ୍ଧ୍ୟା ୬ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଈଟିଭି ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶାର ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ସାମିଲ ହୋଇ ଏହି ମିଡିଆ ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ପ୍ରିଣ୍ଟ୍, ଟେଲିଭିଜନ, ସିନେମା, ପର୍ଯ୍ୟଟନ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ରାମୋଜୀ ରାଓ ଏକ ବିଶାଳ ଅନୁଷ୍ଠାନ ଠିଆ କରିଥିଲେ। ବିଶେଷକରି, ଗତ ୫ ଦଶନ୍ଧି ଧରି ବିଭିନ୍ନ ମାଧ୍ୟମରେ ସାମ୍ବାଦିକତାର ପ୍ରସାର କ୍ଷେତ୍ରରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ବିଭିନ୍ନ ଆଞ୍ଚଳିକ ଭାଷାରେ, ଟେଲିଭିଜନ ଚ୍ୟାନେଲ ଆରମ୍ଭକରି ରାମୋଜୀ, ଈଟିଭିକୁ ଦେଶର ସବୁଠାରୁ ବଡ଼ ନେଟୱର୍କ ଭାବେ ପ୍ରତିଷ୍ଠା କରିପାରିଥିଲେ।

ଗତ ଜୁନ ୮ ତାରିଖରେ ପଦ୍ମ ବିଭୂଷଣ ରାମୋଜୀ ରାଓଙ୍କ ମହାପ୍ରୟାଣ ଘଟିଥିଲା। ଭାରତୀୟ ଗଣମାଧ୍ୟମ ଜଗତକୁ ତାଙ୍କ ଅବଦାନକୁ ମନେ ପକାଇ ଏହି ସ୍ମୃତି କାର୍ଯ୍ୟକ୍ରମରେ ଏକ ଭିଡିଓ ଉପସ୍ଥାପନ କରାଯିବ। ଏଥିରେ ଈଟିଭି ଓଡ଼ିଆ ପରିବାରର ପୂର୍ବତନ ସହଯୋଗୀଙ୍କ ସହ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଏବଂ କଳା ସଂସ୍କୃତି କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗ ଦେଇ ଏହି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି କାର୍ଯ୍ୟକ୍ରମର ଆବାହକ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି।

୨୦୦୨ ମସିହାରେ ରାମୋଜୀ ରାଓ ଓଡ଼ିଶାକୁ ଭେଟି ଦେଇଥିଲେ ରାଜ୍ୟର ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ୍ ‘ଈଟିଭି ଓଡ଼ିଆ’ । ଏଥିରେ ଦେଶ ବିଦେଶର ଖବର ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ଓଡ଼ିଶାର ଘରେ ଘରେ ଈଟିଭି ଓଡ଼ିଆ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବିଶେଷକରି ଓଡ଼ିଶାରେ ଟେଲିଭିଜନ୍ ସାମ୍ବାଦିକତା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପ୍ରସାରଣ କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆଣିଥିଲା ଈଟିଭି ଓଡ଼ିଆ।

୧୯୬୯ରେ ତେଲଗୁ ଭାଷାରେ କୃଷିଭିତ୍ତିକ ପତ୍ରିକା ‘ଅନ୍ନଦାତା’ରୁ ଆରମ୍ଭ ହୋଇଥିଲା ରାମୋଜୀ ରାଓଙ୍କ ମିଡିଆ ଯାତ୍ରା। ଏହାପରେ ୧୯୭୪ରେ ସେ ତେଲଗୁ ଭାଷାରେ ‘ଈନାଡୁ’ ଖବରକାଗଜ ଆରମ୍ଭ କରିଥିଲେ। ସେହିପରି ବହୁଭାଷୀ ଟେଲିଭିଜନ ନେଟୱର୍କ ‘ଈଟିଭି’, ପୃଥିବୀର ସର୍ବବୃହତ୍ତ ଫିଲ୍ମ ଷ୍ଟୁଡିଓ ‘ରାମୋଜୀ ଫିଲ୍ମ ସିଟି’ ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଈଟିଭି ଭାରତ’ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ...

ଓଡ଼ିଶା ନ୍ୟୁଜ

  ୟୁ-ଟୁ୍ୟବ୍‌ ଲାଇଭ୍‌ରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ  ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର...

ବିଜିନେସ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ...