Connect with us

Hi, what are you looking for?

ବିଜିନେସ

ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

ଭୁବନେଶ୍ୱର, ସେପ୍ଟେମ୍ବର ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍‌ର ଇଣ୍ଡିଆ ଚ୍ୟାପ୍ଟର ସମ୍ମିଳନୀରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି ।
‘ଆସେସମେଂଟ ଅଫ୍ ହାଇପୋଗୋନାଡିଜମ ଆଣ୍ଡ ଇଟସ ଡିଟରମିନାଂଟସ୍ ଆମଙ୍ଗ ଆଡଲଟ ମେନ ଉଇଥ ଟାଇପ-୨ ଡାଇବେଟିସ୍ ମେଲିଟସ’ ଶୀର୍ଷକ ଏହି ଗବେଷଣା ପ୍ରସୂତ ସନ୍ଦର୍ଭକୁ ଏହି ସମ୍ମାନ ମିଳିଛି । ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁଙ୍କ ତତ୍ୱାବଧାନରେ ଡିଏମ୍ ଏଣ୍ଡୋକ୍ରିନୋଲଜି ରେସିଡେଂଟ ଡାକ୍ତର ଜସ୍‌ପ୍ରୀତ ସିଂହ ଏହି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ।
ଏହି ବିଭାଗ ଗତବର୍ଷ ମଧ୍ୟ ସବୁଠାରୁ ଶ୍ରେଷ୍ଠ ସନ୍ଦର୍ଭ ନିମନ୍ତେ ଏହି ସମ୍ମିଳନୀରେ ସମ୍ମାନିତ ହୋଇଥିଲା ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।
ବିଭାଗ ପକ୍ଷରୁ ଡାଇବେଟିସ ସଂକ୍ରାନ୍ତିୟ ଅନେକ ଗୁଡିଏ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା ଯାହା ସ୍ୱାସ୍ଥ୍ୟସେବା ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହା ମଧ୍ୟ ୨୦୨୩ରେ ଇଂଟରନ୍ୟାସନାଲ ୍ ଡାଇବେଟିସ୍ ଫେଡେରେସନ୍ ସମ୍ମିଳନୀରେ ପ୍ରଥମ ପୁରସ୍କାର ଲାଭ କରିଥିଲା ।
ଏହି ବିଭାଗରେ ଡାଇବେଟିସ୍ ଉପରେ ହେଉଥିବା ଗବେଷଣା ତଥା ଜଟିଳ ଚିକିତ୍ସା ନିମନ୍ତେ ଅଭିନବ ଉପାୟ ଅବଲମ୍ବନ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି । ତିନୋଟି ପ୍ରସ୍ତାବ ମଧ୍ୟରୁ ସରକାରୀ...

ଓଡ଼ିଶା ନ୍ୟୁଜ

ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି  #subhadra, #gharegharesubhadra ହେଉଛି ଭାଇରାଲ  ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୫ ଲକ୍ଷ ଫର୍ମ ହେଲାଣି ପଞ୍ଜିକରଣ  ‘ଘରେ...

ଓଡ଼ିଶା ନ୍ୟୁଜ

   ସୁଭଦ୍ରା ଯୋଜନାର କ୍ରିୟାନ୍ୱୟନର ବଡ଼ ଦାୟିତ୍ୱ ପ୍ରଭାତୀଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ହାତରେ  ସୁଭଦ୍ରାକୁ ନେଇ ନିମାପଡାରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା  ପ୍ରଭାତୀଙ୍କୁ...