Connect with us

Hi, what are you looking for?

ଅନ୍ତର୍ଜାତୀୟ

ୟୁକ୍ରେନ ଫେରନ୍ତା ଡାକ୍ତର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକଲେ କଲେଜ ଖୋଲିବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ:  ଆନନ୍ଦ ମହିନ୍ଦ୍ରା ସଦାବେଳେ ନିଜର ଡ୍ରିମ୍ ପ୍ରୋଜେକ୍ଟ ବାବଦରେ ସୋସିଆଲ ମିଡିଆରେ ସୂଚନା ଦେଇଥାନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଭାବେ ନିଜର ମତ ରଖିଥାନ୍ତି । ଏବେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ସ୍ଥିତି ଦେଖି ଏକ ବଡ ପ୍ରକଳ୍ପ ବାବଦରେ ଆନନ୍ଦ ଘୋଷଣା କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ମେଡିକାଲ କଲେଜରେ ଏତେ ଅଭାବ ଥିବା ସେ ଜାଣି ନଥିଲେ । ତାଙ୍କ କମ୍ପାନୀର ଏମଡି ଓ ସିଇଓଙ୍କୁ ଟ୍ୟାଗ୍ କରି କଣ ମହିନ୍ଦ୍ରା ୟୁନିଭର୍ସିଟିରେ ମେଡିକାଲ ପାଠ୍ୟକ୍ରମ ପଢାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ପରେ ଅନେକ ୟୁଜର ଭାରତରେ ଡାକ୍ତରୀ ପଢିବା ବ୍ୟୟ ବହୁଳ ବୋଲି କହିଥିଲେ । ଏହାକୁ ନେଇ ଜଣେ ୟୁଜର ଆନନ୍ଦଙ୍କୁ ମେଡିକାଲ କଲେଜ କଲେ ଫି ଅଧିକ ନ ରଖିବାକୁ ଅନୁରୋଧ କରିଥିଲେ । ଏହା ଉପରେ ଆନନ୍ଦ ମହିନ୍ଦ୍ରା ଧ୍ୟାନ ରଖିବେ ବୋଲି କହିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...