Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସାବଧାନ, ଆସୁଛି ବାତ୍ୟା ଆସନୀ

ଭୁବନେଶ୍ୱର: ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ଆସନୀ।  ବଙ୍ଗୋପସାଗରର ଦକ୍ଷିଣପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇ ଆଣ୍ଡାମାନ ଏବଂ ନିକୋବାର ଦୀପରେ ମାଡ଼ ହେବ। ଏବଂ ଧୀରେ ଧୀରେ ବାଂଲାଦେଶ ଓ ମିଆଁନମାର ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ର ସ୍ଥଳରେ ସୃଷ୍ଟି ହୋଇଥିବା ଲଘୁଚାପ ପୂର୍ବ ଓ ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରୁଛି। ଗୁରୁବାର ମାର୍ଚ୍ଚ ୧୭ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ଏହା ବଙ୍ଗୋପସାଗର ଦକ୍ଷିଣପୂର୍ବ ତଟବର୍ତ୍ତୀ ପୂର୍ବ ମଧ୍ୟରେଖିୟ ହିନ୍ଦମହାସାଗରରେ କେନ୍ଦ୍ରୀଭୁତ ହେବ। ଏହାପରେ ଲଘୁଚାପ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ଗତି କଲା ବେଳେ ଲଘୁଚାପର ସ୍ପଷ୍ଟ ଚିହ୍ନଟ ହେବ। ଶନିବାର  ଦିନ ଅର୍ଥାତ ୧୯ ମାର୍ଚ୍ଚରେ ଏହା ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳ ଓ ତତ୍‌ସଂଗଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବ। ଏହାପରେ ଉତ୍ତରଦିଗରେ ଆଣ୍ଡାମାନ ଓ ନିକୋବାର ଦେଇ ଗତି କରିବ। ମାର୍ଚ୍ଚ ୨୦ ତାରିଖ ସକାଳେ ଏହାର ଗତି ପ୍ରଖର ହେବ ଓ ୨୧ ତାରିଖ ସକାଳେ ଲଘୁଚାପ ବାତ୍ୟାର ରୂପ ନେବ।

ଆଣ୍ଡାମାନ ଓ ନିକୋବାରରେ ମାଡ଼ ହେବା ପରେ ମାର୍ଚ୍ଚ ୨୨ ତାରିଖ ବେଳକୁ ଏହା ଉତ୍ତର-ଉତ୍ତରପୂର୍ବ ବାଂଲାଦେଶ ଦେଇ ମିଆଁମାରକୁ ଯିବ। ବାତ୍ୟା ପ୍ରଭାବରେ ବର୍ତ୍ତମାନ ବଙ୍ଗୋପସାଗର ଅଶାନ୍ତ ରହିଛି। ସମୁଦ୍ରରେ ବଡ଼ ଜୁଆର ଆସୁଥିବାର ଦେଖିବାକୁ ମିଳୁଛି। ତେବେ ମାର୍ଚ୍ଚ ୧୮ ତାରିଖ ବେଳକୁ ସମୁଦ୍ର ଆହୁରି ଅଶାନ୍ତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...