Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କଲି ଠୁ ଶୀତ ଗାଏବ, ୨୨ରୁ ଫୁଣି ପ୍ରବଳ ବର୍ଷା

ଭୁବନେଶ୍ୱର: କଲି ଠୁ ଶୀତ କମିବ। ଫେବୃଆରୀ ୨୨ରୁ ଆରମ୍ଭ ହେବ ବର୍ଷା। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା ହେବ । ୨୨ରୁ ପ୍ରବଳ ବର୍ଷା  ହୋଇପାରେ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି।   ୧୩ ତାରିଖରୁ ରାଜ୍ୟରୁ କ୍ରମଶଃ ଶୀତ ଗାଏବ ହୋଇଯିବ ବୋଲି  ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ପଶୁପାଳକଙ୍କ କହିବା ଅନୁଯାୟୀ, ସମ୍ଭାବ୍ୟ ଟ୍ରଫ୍‌ ପ୍ରଭାବରେ ଆସନ୍ତା ୨୧ ତାରିଖରୁ ରାଜ୍ୟରେ ପାଗ ପୂରା ବଦଳିବ । ସାରା ରାଜ୍ୟରେ ମେଘୁଆ ପାଗ ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୨ ତାରିଖରୁ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ । ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହେବାକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି ।

ସେହିଭଳି ରାଜ୍ୟରେ ୧୩ ତାରିଖରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଶୀତ ହଜିଯିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ବଢ଼ିବ । ୧୪ ପରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ଓ ରାତି ବେଳାର ତାପମାତ୍ରା ବଢ଼ିବ । ୧୬, ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସୀମାରେ ତାପମାତ୍ରା ସାମାନ୍ୟ କମିପାରେ । ୧୮ରୁ ଏହା ତାପମାତ୍ରା ପୁଣି ବଢ଼ିବ । ୧୯ରୁ ଦିନ ଓ ରାତିରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ୬ ଡିଗ୍ରୀ ତାପମାତ୍ରା ବଢ଼ିବ ଓ ଶୀତ ଗାଏବ ହୋଇଯିବ । ଟିଟିଲାଗଡ଼ ଓ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଶନିବାର ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୬, ସୋନପୁରରେ ୧୦.୨, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ଥିଲା । ଟିଟିଲାଗଡ଼ରେ ଦିନବେଳା ସର୍ବାଧିକ ୩୧.୨ ଡିଗ୍ରୀ ତାପମାତ୍ରା ଥିଲା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...