Connect with us

Hi, what are you looking for?

ବିଜିନେସ

ହିଣ୍ଡାଲ୍‍କୋ ପକ୍ଷରୁ ‘ଡାଉନଷ୍ଟ୍ରିମ୍‍ ଆଲୁମିନିୟମ ଶିଳ୍ପରେ ଏମଏସ୍‍ଏମଇ ପାଇଁ ବିନିର୍ମାଣ ସୁଯୋଗ’ ଶୀର୍ଷକ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ ଫ୍ଲାଗ୍‍ସିପ କମ୍ପାନୀ ହିଣ୍ଡାଲ୍‍କୋ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍‍) ସମ୍ମିଳନୀ କକ୍ଷରେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଏବଂ ୟୁସିସିଆଇଏଲ୍‍ ସହଯୋଗୀତାରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜିତ ହୋଇଯାଇଛି । କର୍ମଶାଳାରେ ‘ଡାଉନଷ୍ଟ୍ରିମ୍‍ ଆଲୁମିନିୟମ ଶିଳ୍ପରେ ଏମଏସ୍‍ଏମ୍‍ଇ ପାଇଁ ବିନିର୍ମାଣ ସୁଯୋଗ’ ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିବାବେଳେ ଆଲୁମିନିୟମ ବିନିର୍ମାଣ ନିମନ୍ତେ ଏକ ବୈଶ୍ୱିକ ପେଣ୍ଠସ୍ଥଳ ଭାବରେ ଓଡ଼ିଶାର ବର୍ଦ୍ଧିତ ପ୍ରାଧାନ୍ୟ ଉପରେ ଆଲୋକପାତ କରାଯାଇଥିଲା ।

ଏହି କର୍ମଶାଳାରେ ନିଜର ଉଦ୍‍ଘାଟନୀ ଅଭିଭାଷଣ ପ୍ରଦାନ କରି ଏସାର ମିନେଟ୍‍ ଲିମିଟେଡ ସିଇଓ, ଶଶି ଶେଖର ମହାନ୍ତି ଆଲୁମିନିୟମ ଶିଳ୍ପର ମୂଲ୍ୟ ଶୃଙ୍ଖଳରେ ଏମଏସ୍‍ଏମ୍‍ଇଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର୍‍ ଦେଇଥିଲେ । “ଏମଏସ୍‍ଏମ୍‍ଇଗୁଡିକ ମୂଲ୍ୟ ଶୃଙ୍ଖଳ ପୂର୍ଣ୍ଣାଙ୍ଗ କରିବାକୁ କଞ୍ଚାମାଲ ଗତ ନିରାପତ୍ତା, ପ୍ରଯୁକ୍ତିଗତ ସମର୍ଥନ, ପରିଚାଳନାଗତ ପାରଦର୍ଶିତା, ଆର୍ଥିକ ସମର୍ଥନ ଏବଂ ସଫଳ ବଜାର ବ୍ୟବସ୍ଥା ଆବଶ୍ୟକ କରୁଛନ୍ତି । ବୃହତ୍‍ ଆଲୁମିନିୟମ ଡାଉନଷ୍ଟ୍ରିମ୍‍ ଶିଳ୍ପଗୁଡିକ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯୋଗାଇ ଦେଇପାରିବେ ଏବଂ ଏମଏସ୍‍ଏମ୍‍ଇଗୁଡିକୁ ଆଗକୁ ବଢିବାକୁ ସମର୍ଥନ କରାଇପାରିବେ,” ବୋଲି ସେ କହିଥିଲେ ।
ବିଷୟବସ୍ତୁ ଉପରେ ଆଲୋଚନା କରି ହିଣ୍ଡାଲ୍‍କୋ ଆଡଭାଇଜର ବିଭୂ ମିଶ୍ର ଓଡ଼ିଶାରେ କମ୍ପାନୀର ଉଲ୍ଲେଖନୀୟ ଉପସ୍ଥିତି ଏବଂ ବିବିଧ ଶିଳ୍ପ ଉପରେ ତାହାର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । “ଆଲୁମିନିୟମ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‍କୋ ଏଭଳି ଡାଉନଷ୍ଟ୍ରିମ୍‍ ଉତ୍ପାଦଗୁଡିକ ଉତ୍ପାଦନ କରୁଛି, ଯାହା ଖାଦ୍ୟ ପ୍ୟାକେଜିଂ ଠାରୁ ବ୍ୟାଟେରୀ ଏନ୍‍କ୍ଲୋଜର ପର୍ଯ୍ୟନ୍ତ ବହୁବିଧ ବ୍ୟବହାର୍ଯ୍ୟ ସାମଗ୍ରୀ ନିମନ୍ତେ ଇନ୍‍ପୁଟ ଭାବରେ ବ୍ୟବହାର କରାଯାଉଛି । ଏହି ସମସ୍ତ ନବୋନେ୍‍ଷୀ ଉତ୍ପାଦଗୁଡିକର ବଜାର ସମ୍ପ୍ରସାରିତ ହେଉଛି ଏବଂ ଏହା ଓଡ଼ିଶାସ୍ଥିତ ବ୍ୟବସାୟ ସଂସ୍ଥାଗୁଡିକ ପାଇଁ ଏହା ଉଲ୍ଲେଖନୀୟ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରୁଛି,” ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।
ହିଣ୍ଡାଲ୍‍କୋ ଜଏଣ୍ଟ ପ୍ରେସିଡେଣ୍ଟ ସାଗର ଧମୋରିକର୍‍ ଆଲୁମିନିୟମ୍‍ର ଅନନ୍ୟ ଗୁଣବତ୍ତା ଏବଂ ତାହାର ବହୁବିଧ ବ୍ୟବହାରିତା ସମ୍ପର୍କରେ କହିଥିଲେ । “ଆଲୁମିନିୟମର ଓଜନ ତୁଳନାରେ ଉଚ୍ଚ ସାମର୍ଥ୍ୟ ଅନୁପାତ, ସୁପରିବାହୀ ଏବଂ ଅଣ-ଅବକ୍ଷୟ ଗୁଣ ଏହାକୁ ଅସଂଖ୍ୟ ବ୍ୟବହାର ନିମନ୍ତେ ଉପଯୁକ୍ତ କରି ଗଢିତୋଳୁଛି । ଏକ ସମର୍ଥନକାରୀ ଫାବ୍ରିକେସନ ପରିବ୍ୟବସ୍ଥା ଭାରତକୁ ଏହାର ବିନିର୍ମାଣ ସାମର୍ଥ୍ୟର ପୂର୍ଣ୍ଣ ଫାଇଦା ନେବାକୁ ସମର୍ଥ କରିବ ଏବଂ ଓଡ଼ିଶାର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ହିଣ୍ଡାଲ୍‍କୋ ଏହି ପାରସ୍ପରିକ ଫାଇଦାଜନକ ସୁଯୋଗକୁ ଅଧିକ ପରିପୋଷଣ କରିବାକୁ ପ୍ରତିବଦ୍ଧ ରହିଛି । ଆଲୁମିନିୟମ ବ୍ୟବହାରର ବ୍ୟାପକତା ଦ୍ୱାରା ନିଯୁକ୍ତି ସୁଯୋଗ, ସାମାଜିକ ଉତ୍‍ଥାନରେ ବୃଦ୍ଧି ଘଟିବା ସହିତ ଆଲୁମିନିୟମର ଅସୀମ ବ୍ୟବହାର ସାମର୍ଥ୍ୟ କାରଣରୁ ଏହା ଏକ ସବୁଜ, ଦୀର୍ଘସ୍ଥାୟୀ ଅର୍ଥନୈତିକ ବିକାଶକୁ ଆଗେଇନେବ,” ବୋଲି ଶ୍ରୀ ଧମୋରିକର୍‍ କହିଥିଲେ । ସେ ମଧ୍ୟ ଆତ୍ମନିର୍ଭର ଭାରତ ସହିତ ଏହି ପ୍ରୟାସର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ ।
କର୍ମଶାଳାରେ ଏସଏନଏମ୍‍ ଗ୍ରୁପ ଚେୟାରମ୍ୟାନ ପ୍ରଦୀପ୍ତ ମହାନ୍ତି, ଆଇଆଇଏମ୍‍ଟି ଡାଇରେକ୍ଟର ଡ.ରାମାନୁଜ ନାରାୟଣ ଏବଂ ୟୁସିସିଆଇଏଲ ଭାଇସ୍‍ ପ୍ରେସିଡେଣ୍ଟ ସଞ୍ଜୀବ ମହାପାତ୍ରଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସେମାନେ ସାମୂହିକ ଭାବରେ ନବସୃଜନ, ନିଯୁକ୍ତି ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶ ନିମନ୍ତେ ଡାଉନଷ୍ଟ୍ରିମ୍‍ ଆଲୁମିନିୟମ କ୍ଷେତ୍ରରେ ଏମଏସ୍‍ଏମଇର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଓଡ଼ିଶା ତାହାର ରଣକୌଶଳାତ୍ମକ ଅବସ୍ଥିତି ଏବଂ ସମୃଦ୍ଧ ପ୍ରାକୃତିକ ସମ୍ପଦ ଏହାକୁ ବିଶ୍ୱ ଆଲୁମିନିୟମ ଶିଳ୍ପରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଡାଉନଷ୍ଟ୍ରିମ ଆଲୁମିନିୟମ କ୍ଷେତ୍ରର ବିକାଶ ଉପରେ ରାଜ୍ୟର ଦୃଷ୍ଟିନିବଦ୍ଧ ଏମ୍‍ଏସଏମ୍‍ଇଗୁଡିକ ନିମନ୍ତେ ବିପୁଳ ସୁଯୋଗ ଯୋଗାଇ ଦେଉଛି, ଯାହା ଯୋଗାଣ ଶୃଙ୍ଖଳ ଏବଂ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ହେଉଛି । ଏହି କର୍ମଶାଳା ଶିଳ୍ପ ନେତୃତ୍ୱ ଏବଂ ଏମଏସ୍‍ଏମଇଗୁଡିକୁ ସୁଯୋଗ ଯୋଗାଇବା ସହିତ ଏକ ବିନିର୍ମାଣ ଗନ୍ତାଘର ହେବା ନିମନ୍ତେ ରାଜ୍ୟର ରହିଥିବା ଦୂରଦୃଷ୍ଟିକୁ ଆଗେଇନେବା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଥିଲା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ...

ଓଡ଼ିଶା ନ୍ୟୁଜ

  ୟୁ-ଟୁ୍ୟବ୍‌ ଲାଇଭ୍‌ରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ  ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର...

ବିଜିନେସ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ...