Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୌର ନିର୍ବାଚନ: ଡବଲ ହେଲା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ, ଦେଖନ୍ତୁ କେଉଁ ପ୍ରାର୍ଥୀଙ୍କ କେତେ ହେଲା

ଭୁବନେଶ୍ୱର: ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ।। NAC, ମ୍ୟୁନିସିପାଲିଟି ଏବଂ ମହାନଗର ନିଗମ ନିର୍ବାଚନ ପାଇ ନିର୍ବାଚନୀ ଖର୍ଚ୍ଚ ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।
ମହାନଗର ନିଗମ ଅଞ୍ଚଳରେ କର୍ପୋରେଟରମାନଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା । ସେହିଭଳି ମେୟର ଖର୍ଚ୍ଚ କରିପାରିବେ ୧୨ ଲକ୍ଷ ଟଙ୍କା।
NAC/ମ୍ୟୁନିସିପାଲିଟିରେ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ଧାର୍ଯ୍ୟ ହୋଇଛି।
୫୦ ହଜାର ଜନସଂଖ୍ୟା ଥିଲେ କାଉନସିଲର ଖର୍ଚ୍ଚ କରିପାରିବେ ୫୦ ହଜାର ଟଙ୍କା । ସେହିଭଳି ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା । ପୂର୍ବରୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଥିଲା ୩୦ ହଜାର ଟଙ୍କା।
ଜନସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ରହିଛି ୭୫ ହଜାର ଟଙ୍କା । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୩ ଲକ୍ଷ ଟଙ୍କା । ପୂର୍ବରୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଥିଲା ୪୦ହଜାର ଟଙ୍କା। ସେହିପରି ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା ରହିଛି । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ପୂର୍ବରୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୦ହଜାର ଟଙ୍କା ରହିଥିଲା।
ଚଳିତ ବର୍ଷର ନିର୍ବାଚନୀ ଖର୍ଚ୍ଚ

ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିର୍ବାଚନୀ ଖର୍ଚ୍ଚ

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...