Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୌର ନିର୍ବାଚନ: ବସିଲା ସର୍ବଦଳୀୟ ବୈଠକ, ସତ୍ୟ ପାଠ ବାଧ୍ୟତାମୂଳକ, ଦେଖନ୍ତୁ କିଏ କଣ ପ୍ରସ୍ତାବ ଦେଲେ

ଭୁବନେଶ୍ୱର:  ପୌର ନିର୍ବାଚନ ପାଇଁ ଆଜି ଠୁ ଆରମ୍ଭ ହେଲା ପ୍ରକ୍ରିୟା। ରାଜ୍ୟ ନିର୍ବାଚନ କମିଶନଙ୍କ ଅଧକ୍ଷତାରେ ବସିଲା ସର୍ବ ଦଳୀୟ ବୈଠକ।  ସର୍ବଦଳୀୟ ବୈଠକ ପରେ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଭୋଟର ତାଲିକା ସଂଵୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ରାଜନୈତିକ ଦଲମାନଙ୍କୁ ଅଧ୍ୟକ୍ଷ ଏବଂ ମେୟର ସିଧାସଳଖ ଭାବେ ନିର୍ବାଚନ ହେବ ବୋଲି ଅବଗତ କରାଇଛୁ।ଆଗାମୀ ନିର୍ବାଚନ ରେ କାଉନସିଲର ଏବଂ କର୍ପୋରେଟର ମାନଙ୍କ ଭୋଟ ଗ୍ରହଣ ଇଭିଏମ ମଧ୍ୟମ ରେ ପୌର ନିର୍ବାଚନ ହେବ।ପ୍ରତି ବୁଥ କୁ ଦୁଇଟି ଲେଖାଏଁ ଇଭିଏମ ଯୋଗାଇ ଦିଆଯିବ।ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ହେବ।ପ୍ରାର୍ଥୀ ମାନେ ସତ୍ୟପାଠ ଦେବା ବାଧ୍ୟତାମୂଳକ।ନୂଆ କରି ଶପଥ ପତ୍ର ବାଧ୍ୟତାମୂଳକ କରାଯାଇଛି,ପ୍ରାର୍ଥୀ ମନେ ନଦେଲେ ପ୍ରାର୍ଥୀପତ୍ର ନାକଚ ହେବ।

ସର୍ବଦଳୀୟ ବୈଠକରେ ବିଜେପି 3 ଟି ଦାବି ରଖିଛି…
ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ 6 ଦିନ ବଦଳରେ 10 ଦିନ କରାଯାଉ।ଆପତ୍ତି ଅଭିଯୋଗ ର ଶୁଣାଣି 1 ଦିନ ବଦଳରେ 3 ଦିନ କରାଯାଉ।ଅଧିକାରୀ ମାନଙ୍କୁ ନିର୍ଦେଶ ଦିଅନ୍ତୁ ଦଳୀୟ ନେତା ଓ ପ୍ରାର୍ଥୀ ମାନଙ୍କୁ ଦ୍ଵନ୍ଦ ସୃଷ୍ଟି ଙ୍କରନ୍ତୁ।

କଂଗ୍ରେସ ଦାବି କରିଛି ହେହେତୁ ପଞ୍ଚାୟତ ନିର୍ବାଚନ ଜାରି ରହିଛି ସର୍ବଦଳୀୟ ବୈଠକ ଆଗକୁ ଘୁଞ୍ଚାଜାଉଁ ,ଭୋଟର ତାଲିକା ସଂଶୋଧନ ପଞ୍ଚାୟତ ନିର୍ବାଚନ ପରେ କରାଯାଉ ।

ବିଜେଡି ନିର୍ବାଚନ ଆୟୋଗ ଙ୍କ ସମସ୍ତ କାର୍ଯ୍ୟକ୍ରମ କୁ ସମର୍ଥନ କରିଛି।ପୌର ନିର୍ବାଚନ ଖରାଦିନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା କରାଯାଉ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...