Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଚମକିଲା ଭାଗ୍ୟ, ଖଣ୍ଡିଏ ଭୋଟରେ ଜିତିଲେ ଜିତେନ୍ଦ୍ର

ଅସ୍ତରଙ୍ଗ: ସମୟ ଯେତିକି ପାଖାଉଥିଲା, ହାର୍ଟ ବିଟ ସେତିକି ବଢ଼ୁଥିଲା। ଶେଷରେ ଭାଗ୍ୟ ଦେବୀ ପ୍ରସନ୍ନ ହେଲେ। ଆଉ ଶେଷରେ ବିଜୟ ପରାଜୟ ମଧ୍ୟରେ ତଫାତ ରହିଲା ମାତ୍ର ଖଣ୍ଡିଏ ଭୋଟ। ଗୋଟିଏ ଭୋଟରେ ଜିତିଲେ ପ୍ରାର୍ଥୀ, ବିଜେଡି ସମର୍ଥିତ ପ୍ରାର୍ଥିଙ୍କୁ ହାରିବାକୁ ପଡିଲା। ସମାଜସେବୀ ତଥା ସୂଚନାଧକାର କର୍ମୀ ମାରିଲେ ବାଜି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଜିତେନ୍ଦ୍ର ସ୍ୱାଇଁ ନୂଆଗଡ ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି ଜିତେନ୍ଦ୍ର ସ୍ୱାଇଁ। ବଡ କଥା ହେଉଛି କଡା ଟକ୍କର ଭିତରେ ମାତ୍ର ଖଣ୍ଡିଏ ଭୋଟରେ ସେ ବିଜୟୀ ହୋଇଛନ୍ତି। ବର୍ଷ ବର୍ଷ ଧରି ନିଜ ପଞ୍ଚାୟତର ବିଭିନ୍ନ ଦୁର୍ନୀତି ଓ ଅନିୟମିତତାର ପର୍ଦ୍ଦାଫାଶ କରି ସେ ସାରା ରାଜ୍ୟରେ ଚର୍ଚ୍ିତ ଚେହେରା ଥିଲା। ସୂଚନାଧିକାର ଆଇନ ବଳରେ ସେ କୋଟି କୋଟି ଟଙ୍କାର ଘୋଟାଲାକୁ ସାମନାକୁ ଆଣିବାରେ ସେ ହିଁ ଅସ୍ତରଙ୍ଗ ଅଞ୍ଚଳର ଏକମାତ୍ର ଚେହେରା ଥିଲେ। କେବଳ ନିଜ ପଞ୍ଚାୟତ ନୁହେଁ ସ୍ଥାନୀୟ ଅଞ୍ଚଳରେ ଅନେକ ପଞ୍ଚାୟତର ଗୁମର ଖୋଲି ସେ ବିଜେଡିକୁ ଚେକ ଦେବାରେ ହୁଏତ ସଫଳ ହୋଇଛନ୍ତି। ସାରା ଜିଲ୍ଲାରେ ସେ ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ବଡ କଥା ହେଉଛି ନିର୍ବାଚନ ଲଢିବାକୁ ଯେତେବେଳେ ଶାସକ ବିଜେଡି ସମର୍ଥିତ ପ୍ରାର୍ଥିନୀ ଲକ୍ଷ ଲକ୍ଷ ଯଙ୍କା ଉଡାଉଥିଲେ ସେତେବେଳେ ମାତ୍ର ଏକ ଲକ୍ଷ ଟଙ୍କାରେ ସେ ଏହି ବୈତରଣୀ ପାର ହୋଇଛନ୍ତି। ଯାହାକୁ ନେଇ ସବୁଆଡେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରତିକ୍ରୀୟାରେ ସେ କହିଛନ୍ତି, ଅଞ୍ଚଳବାସୀଙ୍କ ସମର୍ଥନରେ ସେ ବିମୋହିତ। ଅଞ୍ଚଳରେେ ଏକ ନୂଆ ଯୁଗ ଆରମ୍ଭ ହେବ। ଏବେ ପ୍ରକୃତ ସୁବିଧା ପାଇବେ ଗାଁ ଲୋକେ। ଆଉ ୱୁ ସ୍ତରର ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଏହି ଯୁବ ସରପଞ୍ଚ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...