Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିିିଲା ରେଳ ବଜେଟ, ରାଜ୍ୟର କେଉଁ ପ୍ରକଳ୍ପକୁ କେତେ ଅର୍ଥ ମିଳିଛି ଦେଖନ୍ତୁ

ଭୁବନେଶ୍ୱର: ସଂସଦରେ ବଜେଟ ଉପସ୍ଥାପିତ ହୋଇସାରିବା ପରେ ରେଳ ବଜେଟରେ ଓଡିଶା କୁ କେତେ ଅନୁଦାନ ମିଳିଛି। ତାକୁ ନେଇ ସାଧାରଣ ପ୍ରଶ୍ନ ଉଠିଥିଲା । କେନ୍ଦ୍ର ସରକାର ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ୧୩ ଲକ୍ଷ ଟଙ୍କାର ବ୍ୟୟ ବରାଦ। କରିଛନ୍ତି। ରେଳ ବଜେଟ୍‌ରେ ଓଡିଶାକୁ ମୋଟ ୯ ହଜାର ୨୫୪ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇଛି । ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାପରେ ଓଡିଶାକୁ ସବୁଠୁ ଅଧିକ ଅନୁଦାନ ମିଳିଛି।

ଦେଖନ୍ତୁ କେଉଁ ପ୍ରକଳ୍ପ ପାଇଁ କେତେ

୧- ଖୋର୍ଦ୍ଧା​‌ ରୋଡ୍‌ ଏବଂ ବଲାଙ୍ଗୀର ରେଳ ପଥ ପାଇଁ ୮୯୧.୧୨ କୋଟି ଟଙ୍କା ।

୨- ଅନୁଗୁଳ ସୁକିନ୍ଦା ପାଇଁ ୪୭୫ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି ଟଙ୍କା।

୩- ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଟଙ୍କା, ଜୟପୁର-ମାଲକାନାଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା।

୪- ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କାର, ନୂଆପଡା-ଗୁଣୁପୁର ପାଇଁ ୧୦ କୋଟି ଟଙ୍କା ।

ସେହିଭଳି ଓଡିଶାରେ ରେଳ ଟ୍ରାକ୍‌ ଡବଲିଂ ପାଇଁ ମଧ୍ୟ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରାଯାଇଛି ।

୫- ଖୋର୍ଦ୍ଧା ରୋଡ୍‌-ବାରଙ୍ଗ ଡବଲିଂ ପାଇଁ ୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

୬- ସମ୍ଭଲପୁର-ଟିଟିଲାଗଡ ଡବଲିଂ ପାଇଁ ୯୯ କୋଟି ୫୦ ଲକ୍ଷ ଟଙ୍କା।

୭- ବାଂଶପାଲି-ଦୈତାରୀ ଡବଲିଂ ପାଇଁ ୩୦୦ କୋଟି ଟଙ୍କା।

୮- ସମ୍ବଲପୁର-ତାଳଚେର ଡବଲିଂ ପାଇଁ ୧୭୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...